Tuesday , March 21 2023
Breaking News
Home / ବିଶେଷ / ବସ୍ତିବାସିନ୍ଦାଙ୍କ ଠାରୁ ସଫେଇ ବାବଦକୁ ଟଙ୍କା ଆଦାୟ ପରେ ଏବେ ପାରାଦୀପ ପୌରପାଳିକା ଟାର୍ଗେଟରେ କଲୋନୀ ବାସିନ୍ଦା

ବସ୍ତିବାସିନ୍ଦାଙ୍କ ଠାରୁ ସଫେଇ ବାବଦକୁ ଟଙ୍କା ଆଦାୟ ପରେ ଏବେ ପାରାଦୀପ ପୌରପାଳିକା ଟାର୍ଗେଟରେ କଲୋନୀ ବାସିନ୍ଦା

 ପାରାଦୀପ ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ର ଅନ୍ୟତମ ଧନୀ ପୌରପାଳିକା ଭାବେ ଗଣା ହୁଏ ପାରାଦୀପ ପୌରପାଳିକା । ପୌର ପାଳିକା ର ମୁଖ୍ୟ କାର୍ଯ୍ୟ ହେଲା ପରିମଳ ସେବା ଯେଗାଇ ଦେବା । ତତ୍ ସହିତ ରାସ୍ତାଘାଟ ସଫା ରଖିବା, ବସ୍ତି ବାସିନ୍ଦା ଙ୍କୁ ସ୍ୱଛ ପାନୀୟ ଜଳ ଯୋଗାଇ ଦେବା, ଶିକ୍ଷା ର ସୁ ବନ୍ଦୋବସ୍ତ କରିବା, ଆଲେକୀକରଣ  ଆଦି ।   ପୌର ପାଳିକା କୁ ପାରାଦୀପ ବନ୍ଦର କର୍ତୃପକ୍ଷ ପ୍ରଥମେ ୫ ଲକ୍ଷ ଟଙ୍କା ଦେଉଥିଲେ । ପରବର୍ତୀ ପର୍ଯ୍ୟାୟ ରେ ୮ ଲକ୍ଷ ଟଙ୍କା ଓ କପିଳ ଯୋରୀ ସଫେଇ ଦାୟିତ୍ୱ ପୌର ପାଳିକା ନେବା ପରେ ଏବେ ପାରାଦୀପ ବନ୍ଦର କର୍ତୃପକ୍ଷ ପାରାଦୀପ ପୌର ପାଳିକା କୁ ୨୦ ଲକ୍ଷ ଟଙ୍କା ଦେଉଛନ୍ତି । ହେଲେ କପିଳ ଯୋରୀ ସଫେଇ କରିବାର ନାଆଁ ଗନ୍ଧ ଧରୁନି ପାରାଦୀପ ପୌର ପାଳିକା । ରାଜ୍ୟ ସରକାର ପାରାଦୀପ ପୌର ପାଳିକା କୁ ପର୍ଯ୍ୟାପ୍ତ ପରିମାଣ ର ଅର୍ଥ ପ୍ରଦାନ କରୁଥୁବା ବେଳେ ପୌର କର୍ତୃପକ୍ଷ ସ୍ଥାନୀୟ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟୀମାନଙ୍କ ଠାରୁ ମେଟା ଅଙ୍କ ର ହୋଲଡିଙ୍ଗ ଟ୍ୟାକ୍ସ ଆଦାୟ କରୁଥିବାର ଅଭିଯୋଗ ହୁଏ । ଏତଦ୍ବ୍ୟତିତ ସାଧାରଣ ବସ୍ତି ବାସିନ୍ଦା ଙ୍କ ଠାରୁ ସଫେଇ ବାବଦ ରେ ପ୍ରଥମେ ୧୦୦ ଟଙ୍କା ନେଉଥିବା ବେଳେ ଏବେ ୨୫୦ ଟଙ୍କା ଆଦାୟ କରୁଛନ୍ତି ଓ ଅଧୁନା କଲୋନୀ ମାନଙ୍କରୁ ମଧ୍ୟ ଟଙ୍କା ଆଦାୟ ଆରମ୍ଭ କଲେଣି ।   ସଂପ୍ରତିି ପୌର ପାଳିକା କର୍ତୃପକ୍ଷ ବସ୍ତି ବାସିନ୍ଦା ଙ୍କ ଠାରୁ ଆଦାୟ କରୁଥିବା ସଫେଇ ଦେୟ ବୃଦ୍ଧି  କରିଛନ୍ତି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ବସ୍ତି ବାସିନ୍ଦାଙ୍କ ଉପରେ ବେଢି ଉପରେ କୋରଡା ବୋଲି ଅଭିଯୋଗ କରିଥିଲା ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ । ଏହି ସଫେଇ ଦେୟ ବୃଦ୍ଧି କୁ ଟ୍ରଷ୍ଟ ବିରୋଧ କରି ପୌର ପାଳିକା କର୍ତୃପକ୍ଷ ଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ହେଲେ ପୌର ପାଳିକା କର୍ତୃୃପକ୍ଷ ଏଯାଏ କୌଣସି ପଦକ୍ଷେପ ନ ନେବା ଦଃୁଖ ଓ ପରିତାପ ର ବିଷୟ ବୋଲି କହିଛନ୍ତି ମହାସଂଘ ର ଆବାହକ  ଆଇନଜୀବୀ ଦେବବ୍ରତ ସାହୁ ।  ପାରାଦୀପ କ୍ଷେତ୍ର ରେ ପାରାଦୀପ ବନ୍ଦର ସହର କଥା କିନ୍ତୁ ଅଲଗା । ଏଠାରେ ପାରାଦୀପ ବନ୍ଦର କର୍ତୃପକ୍ଷ ସହରବାସୀ ଙ୍କ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । କେବଳ ପରିମଳ ବ୍ୟବସ୍ତା ରହିଛି ପାରାଦୀପ ପୌରପାଳିକା ହାତରେ । ପାରାଦୀପ ସହରର ରାସ୍ତାଘାଟର ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ରାସ୍ତାଘାଟ ଆଲୋକୀକରଣ, ରାସ୍ତାଘାଟ ଆଦି ସଫେଇ କାର୍ଯ୍ୟ ପାରାଦୀପ ବନ୍ଦର ନିଜେ କରୁଛି । ଯନ୍ତ୍ରଚାଳିତ ଗାଡି ସାହାଯ୍ୟରେ ପାରାଦୀପ ସହରର ରାସ୍ତାଘାଟ ସଫା ହେଉଛି । ପାରାଦୀପ ପୌର ପାଳିକା କର୍ତୃପକ୍ଷଙ୍କ ଆଖି ଏବେ ପାରାଦୀପ ସହରର ବିଭିନ୍ନ କଲୋନୀ ମାନଙ୍କ ଉପରେ ।  ପାରାଦୀପ ପୌର ପାଳିକା ର କର୍ମଚାରୀମାନେ ଏବେ ବନ୍ଦର ର କଲୋନୀ ମାନଙ୍କ ରେ ଘରକୁ ଘର ବୁଲି ଘର ପିଛା ୨୫୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି । ଯାହାକୁ ନେଇ କଲୋନୀ ବାସିନ୍ଦା ଓ ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି । ପାରାଦୀପ ସହର ପାଇଁ ପାରାଦୀପ ବନ୍ଦର କର୍ତୃପକ୍ଷ ସଫେଇ ବାବଦକୁ ଅର୍ଥ ପୌର ପାଳିକାକୁ ଦେଉଥିବା ବେଳେ କଣ ପାଇଁ କଲୋନୀ ବାସିନ୍ଦାଙ୍କ ଠାରୁ ଟଙ୍କା ଆଦାୟ ହେଉଛି ସେ ନେଇ ପ୍ରଶ୍ନ ଉଠିଲାଣି । କଲୋନୀର କୌଣସି ଡ୍ରେନ୍ ସଫା ନ କରି, ମଶା ତେଲ, ବ୍ଲିଚ୍ଚିଂ ପାଉଡର ନ ପକାଇ, ମଶା ଧୂଆଁ ନ ଦେଇ ପାରାଦୀପ ପୌର ପାଳିକା କିଭଳି କାର୍ଯ୍ୟ କରୁଛି  ତାହା ସହରର ପରିବେଶ ଦେଖିଲେ ଜଣାପଡୁଛି । ପାରାଦୀପର କଲୋନୀ ମାନଙ୍କରେ ଥିବା ବନ୍ଦର କ୍ୱାଟର ଗୁଡିକରୁ ସଫେଇ ବାବଦରେ ଟଙ୍କା ଆଦାୟ ପାଇଁ ପୌର ପାଳିକା ପକ୍ଷରୁ ପାରାଦୀପ ବନ୍ଦର ସଂପଦ ଅଧିକାରୀ ଙ୍କୁ ଚିଠି ଦିଆଯାଇଥିବା ଜଣାପଡିଛି । ଏ ପଟେ କଲୋନୀ ବାସିନ୍ଦାଙ୍କ ଠାରୁ ସଫେଇ ଦେୟ ଆଦାୟ କେତେ ସମୀଚିନ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ସାହୁ । ପାରାଦୀପ ବନ୍ଦର ର ପ୍ରତି ମାସରେ ପୌର ପାଳିକା କୁ ଟଙ୍କା ହେଉଛି, ପୁଣି କଲୋନୀ ମାନଙ୍କରୁ ଟଙ୍କା ଆଦାୟ କଣ ପାଇଁ ? ପୌର ପ୍ରଶାସନ ଯଦି ଏହା ଉପରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲିି  ଶ୍ରୀ ସାହୁ ଚେତାଇ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.