ଭୁବନେଶ୍ୱର, ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ପିପିିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ସେହି ଆସନଟି ଖାଲି ପଡ଼ିଛି । ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ତେବେ କେବେ ନିର୍ବାଚନ ହେବ, ସେଥିପାଇଁ କେନ୍ଦ୍ର ନିର୍ବାଚନ କମିଶନର ଘୋଷଣା କରିନାହାନ୍ତି । ତେବେ ପିିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସେ କହିଛନ୍ତି, ଉପନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନରଙ୍କ ନିର୍ଦ୍ଧେଶକୁ ଅପେକ୍ଷା କରାଯାଇଛି । ବୁଥ୍ ଚିହ୍ନଟ ସହ ପୋଲିଂ କର୍ମଚାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି । ପ୍ରତି ବୁଥ୍ ରେ ହଜାରେ ମଧ୍ୟରେ ଭୋଟର ଭୋଟ ଦେବେ । ଅଧିକ ବୁଥ୍ ପ୍ରତିଷ୍ଠା ଲାଗି ମଧ୍ୟ ବୁଥ୍ ଚିହ୍ନଟ ହୋଇଛି ବୋଲି ସୁଶୀଲ ଲୋହାନୀ କହିଛନ୍ତି । ଅକ୍ଟୋବର ୩ ତାରିଖ ରାତିରେ ପିପିଲି ର ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ହୋଇଥିଲା । ତାଙ୍କ ବିୟୋଗ ପରେ ସେଠାରେ ହେବାକୁ ଥିବା ଉପନିର୍ବାଚନରେ କିଏ ପ୍ରତିଦ୍ୱନ୍ଦୀତା କରିବେ? ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ମହାରଥୀଙ୍କ ପୁଅ ରୁଦ୍ର ଓ ପତ୍ନୀ ପ୍ରତିଭା ମହାରଥୀ ଙ୍କ ନାଁ ଚର୍ଚ୍ଚାରେ ରାହିଛି । ତେବେ ଉଭୟ ବିଜେଡି ସୁ୍ରପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତିିକୁ ଅପେକ୍ଷା କରିଛନ୍ତି । ଶାସକ ବିଜେଡି ନିଜର ଦୁର୍ଗକୁ ସୁରକ୍ଷିତ ରଖିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ବିଜେଡି ସେଠାରେ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇ ସଂଗଠନ ସଜାଡ଼ିବାରେ ଲାଗିଥିବା ବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ପିିଲି ବିଧାନସଭା ଉପନିର୍ବାଚନକୁ ନେଇ ନିଜର କାର୍ଡ ଖୋଲିନାହାନ୍ତି । ଓଡ଼ିଶା ସମାଚାର