ନୂଆଦିଲ୍ଲୀ, ଭୁବନେଶ୍ୱର, ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଧେଶକ ଭାବେ ଜୟଦୀପ ଭଟ୍ଟନାଗର ସୋମବାର ଦାୟିତ୍ୱଗ୍ରହଣ କରିଛନ୍ତି । ଶ୍ରୀ ଭଟ୍ଟନାଗର ୧୯୮୬ ବ୍ୟାଚର ଜଣେ ଭାରତୀୟ ସୂଚନା ସେବା ଅଧିକାରୀ । ସେ ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗରେ କାର୍ଯ୍ୟ କରିଛନ୍ତି । ଦୂରଦର୍ଶନର ବାଣିଜ୍ୟ, ବିକ୍ରୟ ଏବଂ ମାର୍କେଟିଂ ବିଭାଗର ବ୍ୟବସାୟିକ ମୁଖ୍ୟ ଥିଲେ । ପଶ୍ଚିମ ଏସିଆର ୨୦ଟି ଦେଶ ପାଇଁ ପ୍ରସାର ଭାରତୀ ତରଫରୁ ସ୍ୱତନ୍ତ୍ର ସମ୍ବାଦଦାତା ରୂପେ ସେ କାର୍ଯ୍ୟ କରିଛନ୍ତି । ପରେ ସେ ଆକାଶବାଣୀର ନ୍ୟୁଜ୍ ସର୍ଭିସେସ୍ ବିଭାଗର ମଧ୍ୟ ମୁଖ୍ୟ ହୋଇଥିଲେ । ରେଜିଷ୍ଟ୍ରାର ଭାବେ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମାସ୍ କମ୍ୟୁନିକେସନରେ ମଧ୍ୟ କାର୍ଯ୍ୟ କରିଛନ୍ତି । ପିଆଇବିର ମୁଖ୍ୟଭାବେ ବର୍ତମାନ ଦାୟିତ୍ୱ ନେବା ପୂର୍ବରୁ ଶ୍ରୀ ଭଟ୍ଟନାଗର ବିଭିନ୍ନ କ୍ଷମତାରେ ୬ବର୍ଷ ଧରି ପିଆଇବିରେ କାର୍ଯ୍ୟ କରିଛନ୍ତି । ଫେବୃଆରୀ ୨୮, ୨୦୨୧ରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶ୍ରୀ କୁଲଦୀପ ସିଂ ଧତୱାଲିଆଙ୍କ ଠାରୁ ଶ୍ରୀ ଭଟ୍ଟନାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶା ସମାଚାର