Saturday , April 1 2023
Breaking News
Home / କ୍ରୀଡ଼ା / ପାରାଦ୍ୱୀପ ପୋର୍ଟ କି୍ରକେଟ୍ ଜିଲ୍ଲା ଆନୁକୁଲ୍ୟରେ ଓସିଏର ୧୬ରୁ କମ୍ ଆନ୍ତଃ  କ୍ଳବ କି୍ରକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ପାରାଦ୍ୱୀପ ପୋର୍ଟ କି୍ରକେଟ୍ ଜିଲ୍ଲା ଆନୁକୁଲ୍ୟରେ ଓସିଏର ୧୬ରୁ କମ୍ ଆନ୍ତଃ  କ୍ଳବ କି୍ରକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ପାରାଦ୍ୱୀପ ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ପୋର୍ଟ କି୍ରକେଟ ଜିଲ୍ଳା ଆନୁକୁଲ୍ୟରେ ଓଡିଶା କି୍ରକେଟ୍ ଆସୋସିଏସନ (ଓସିଏ) ଦ୍ୱାରା ଆୟୋଜିତ ୧୬ବର୍ଷରୁ କମ୍ ଜୁନିୟନ ୫୦ ଓଭର ବିଶିଷ୍ଟ ଆନ୍ତଃ କ୍ଳବକି୍ରକେଟ ଟୁର୍ଣ୍ଣାମେଂଟ ମଙ୍ଗଳବାର ଦିନ ପାରାଦ୍ୱୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ପାରାଦ୍ୱୀପ କି୍ରକେଟ୍ ଏକାଡେମି, ପୋର୍ଟ କ୍ଳବ, ଅଫିସର୍ସ କ୍ଳବ, ପାରାଦ୍ୱୀପ କି୍ରକେଟ୍ କ୍ଳବ, ଡାଇମଣ୍ଡ କ୍ଳବ ଓ ବ୍ଳୁଷ୍ଟାର କ୍ଳବ ଛଅଗୋଟି ଦଳ ଭାଗ ନେଇଛନ୍ତି । ଉଦଘାଟନୀ ଅବସରରେ ପାରାଦ୍ୱୀପ ବନ୍ଦରର ଅର୍ଥ ପରାମର୍ଶଦାତା ତଥା ପାରାଦ୍ୱୀପ ପୋର୍ଟ ସ୍ପୋର୍ଟ୍ସ କାଉନସିଲ୍ ସଭାବତି ଧର୍ମେନ୍ଦ୍ର ନାଥ ସୋନ୍ଧି ମୁଖ୍ୟ ଅତିଥି ଓ ପାରାଦ୍ୱୀପ ବନ୍ଦର ସିନିଅର ମେରାଇନ୍ ଇଞ୍ଜିନୟର ତଥା ପାରାଦ୍ୱୀପ ପୋର୍ଟ ସ୍ପୋର୍ଟ୍ସ କାଉନସିଲ ର କାର୍ଯ୍ୟକାରୀ ସଭାପତି ବବ୍ଲୁ ସିକ୍ଦାର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଂଟ ଉଦଘାଟନ କରିଥିଲେ । ତେବେ ପ୍ରଥମ ଦିନରେ ଦୁଇଟି ମ୍ୟାଚ୍ ରେ ପାରାଦ୍ୱୀପ କି୍ରକେଟ୍ ଏକାଡେମି ଏବଂ ଅଫିସର୍ସ କ୍ଳବ, ପୋର୍ଟ କ୍ଳବ ଓ ପାରାଦ୍ୱୀପ କି୍ରକେଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପାରାଦ୍ୱୀ କି୍ରକେଟ୍ ଏକାଡେମୀ ଓ ପୋର୍ଟ କ୍ଳବ ପାରାଦ୍ୱୀପ କି୍ରକେଟ କ୍ଳବ ବିଜୟ ଲାଭ କରିଥିଲେ । ଏହି କ୍ରିଡା କାର୍ଯ୍ୟକ୍ରମକୁ ବନ୍ଦର ଏସ୍.ଇ ଇଲେକ୍ଟ୍ରିକାଲ ମାନସ ରଞ୍ଜନ ସେଠୀ, ପାରାଦ୍ୱୀପ ପୋର୍ଟ ସ୍ପୋର୍ଟ୍ସର୍ କାଉନସିଲ ର ଉପଦେଷ୍ଟା ରବିନ୍ଦ୍ର କୁମାର ଦାସ ଓ ସଂପାଦକ ରଞ୍ଜନ ରଶ୍ମି ବେଉରା ପରିଚାଳନା    କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.