Tuesday , March 21 2023
Breaking News
Home / ଶିକ୍ଷା / ଡିଏଭି ସ୍କୁଲର ବେଆଇନ ଭାବେ ଅହେତୁକ ଫିସ ବୃଦ୍ଧି ପ୍ରସଙ୍ଗ

ଡିଏଭି ସ୍କୁଲର ବେଆଇନ ଭାବେ ଅହେତୁକ ଫିସ ବୃଦ୍ଧି ପ୍ରସଙ୍ଗ

ତାଳଚେର ଉପ ଜିଲ୍ଲାପାଳଙ୍କ ଚଞ୍ଚକତା – ୧୩ତାରିଖରେ ଉପ ଜିଲ୍ଲାପାଳ କାର୍ୟ୍ୟାଳୟ ଘେରାଉ
ତାଳଚେର, ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘ ୨ବର୍ଷ ଧରି ତାଳଚେର ଅଞ୍ଚଳରେ ଥିବା ବିଭିନ୍ନ ଡିଏଭି ସ୍କୁଲରେ ବେଆଇନ ଭାବେ ଅହେତୁକ ଫିସ ବୃଦ୍ଧିକୁ ନେଇ ଉଭୟ ଅଭିଭାବକ ମାନେ ମାନସିକ ଚାପରେ ରହୁଥିବା ଦେଖିବାକୁ ମିଳୁଛି। ଏଭଳି ସମସ୍ୟାର ସମାଧାନ ପାଇଁ ଗତ ୨୫ ତାରିଖରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନେଇ ଏକ ଗୁରତ୍ଵ ପୂର୍ଣ୍ଣ ଵୈଠକ ଅନୁଷ୍ଠିତ ହୋଇ ଥିଲା। ଉକ୍ତ ଵୈଠକରେ ଅଭିଯୋଗକାରୀ ଜିଲ୍ଲା ଅଭିଭାବକ ମହା ସଙ୍ଘ ଅନୁଗୁଳର ସଂଯୋଜକ ସଂଜୀବ କୁମାର ପଟ୍ଟନାୟକ ସମେତ ଏମ୍ ସି ଏଲ ଜଗନ୍ନାଥ ପ୍ରକଳ୍ପ ଅଧିକାରୀ ଅରୁଣ କୁମାର ସ୍ୱର୍ଣ୍ଣକର,ଏମ୍ ସି ଏଲ କଳିଙ୍ଗ ପ୍ରକଳ୍ପ ଅଧିକାରୀ ପି ବି ରେଡ୍ଡୀ,କଣିହାଁ ଡି ଜି ଏମ୍ ଏ. କେ ଦାସ ,ଜଗନ୍ନାଥ ଡି ଏ ଭି ସ୍କୁଲ୍ ର ଅଧକ୍ଷ୍ୟା ଶୁକ୍ଳା ଚକ୍ରବର୍ତ୍ତୀ କଳିଙ୍ଗ ଡି ଏ ଭି ସ୍କୁଲ୍ ର ଅଧକ୍ଷ୍ୟ ସୁରେନ୍ଦ୍ର କୁମାର ଭୋଇ, ବ୍ଲକ ଶିକ୍ଷ୍ୟା ଅଧିକାରୀ ତାଳଚେର ସୁନିଲ୍ ମୁଣ୍ଡୁ ,ବ୍ଲକ ଶିକ୍ଷ୍ୟା ଅଧିକାରୀ କଣିହାଁ ଖଗେଶ୍ବର ବେହେରା ଏବଂ ପ୍ରତି ସ୍କୁଲ ପାଇଁ ପ୍ରତିନିଧତ୍ଵ କରୁଥିବା ଅଭିଭାବକ ମାନେ ଉପସ୍ଥିତ ଥିଲେ।
ଉକ୍ତ ଵୈଠକରେ ଅଭିଭାବକ ମହାସଙ୍ଗ ଅନୁଗୁଳର ସଂଯୋଜକ ସଂଜୀବ କୁମାର ପଟ୍ଟନାୟକ ୨୦୧୮-୧୯ ,୨୦୧୯-୨୦୨୦ ବର୍ଦ୍ଧିତ ଫିସ ସଂପର୍କିତ ହୋଇ ଥିବା ତା.୨୨.୦୨.୨୦୨୦ (ପତ୍ର ସଂଖ୍ୟା-୧୩୬୧) ନିର୍ଦ୍ଦେଶନାମା କୁ ଦୁଇଟି ସ୍କୁଲ (ଜଗନ୍ନାଥ ଡି ଏ ଭି ସ୍କୁଲ୍,କଳିଙ୍ଗ ଡି ଏ ଭି ସ୍କୁଲ୍) ନ ମାନିବା ବିଷୟ ଉପସ୍ଥାପନ କରି ଥିଲେ । କିନ୍ତୁ ତାଳଚେର ଉପ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ଅତି ହାଲୁକା ଭାବେ କଥାକୁ ନେଇ କହିଲେ ଯେ ବର୍ଦ୍ଧିତ ଫିସ କିଛି ଅଧିକ ନୁହଁ କାରଣ ମୋର ପୁଅ ଭୁବନେଶ୍ଵରର ଏକ ବେସରକାରୀ ସ୍କୁଲରେ ପାଠ ପଢୁଛି ଆଉ ଏଥି ପାଇଁ ମୁଁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଦେଉଛି ତେଣୁ ଆପଣ ମାନେ ସାମାନ୍ୟ ଏତିକି ଟଙ୍କା ପାଇଁ ବିରୋଧ କରିବା ଯୁକ୍ତି ଯୁକ୍ତ ନୁହଁ। ସୂଚନାଯୋଗ୍ୟ ଯେ ଏ ନେଇ ପୂର୍ବ ଉପ ଜିଲ୍ଲାପାଳ ପରେଶ ଚନ୍ଦ୍ର ନାଏକ ଙ୍କ (ପତ୍ର ସଂଖ୍ୟା-୧୩୬୧) ତତ୍ବାବଧାନରେ ହେଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ପୁର୍ବ ଫିସର ସର୍ବାଧିକ ଆଠ ପ୍ରତିଶତରୁ ଅଧିକ ସ୍କୁଲ୍ ମାନେ ବଢେଇ ପାରିବେ ନାହିଁ କିନ୍ତୁ ଏଥିରେ ଏକମତ ନ ହୋଇ ଇତି ମଧ୍ୟରେ ଏମ୍ ସି ଏଲ କତୃପକ୍ଷ ଉଚ୍ଚ ନ୍ୟାୟାଳୟ ରୁ ରୀହତିଦେଶ ଆଣିଛନ୍ତି। ନିୟମ ଅନୁଯାୟୀ ପରବର୍ତ୍ତୀ ଆଦେଶ ନ ଆସିବା ପର୍ୟ୍ୟନ୍ତ ଫି ଆଦାୟକୁ ନେଇ କୌଣସି କାର୍ୟ୍ୟ କରାଯାଇ ପାରିବ ନାହିଁ। ଉକ୍ତ ଵୈଠକରେ ଏନେଇ ଅଭିଭାବକ ମାନେ ନିଜର ପକ୍ଷ ରଖିଥିଲେ। ଆଉ କହିଥିଲେ ଯେ ପର୍ୟ୍ୟନ୍ତ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ନ ଆସିବା ପର୍ୟ୍ୟନ୍ତ କୌଣସି ଫି ଦେବାକୁ ଅଭିଭାବକ ମାନଙ୍କୁ ବାଧ୍ୟ ବାଦକତା କରି ପାରିବେ ନାହିଁ। ସମସ୍ତ ଅଭିଯୋଗ ଶୁଣିବା ପରେ ନିଷ୍ପତ୍ତି ହୋଇ ଥିଲା ଯେ,ଯେ ପର୍ୟ୍ୟନ୍ତ ବର୍ଦ୍ଧିତ ଫିସ କୁ ନେଇ ଉଚ୍ଚତମ ନ୍ୟାୟାଳୟ ,ରିହତିଦେଶ ଉପରେ କୌଣସି ରାୟ ନ ଦେଇଛନ୍ତି ସେ ଯାଏଁ ଡି ଏ ଭି ସ୍କୁଲ୍ ଦ୍ବୟ (ଜଗନ୍ନାଥ ଏବଂ କଳିଙ୍ଗ ସ୍କୁଲ୍) କୌଣସି ଫି ଦେବାକୁ ଅଭିଭାବକ ମାନଙ୍କୁ ବାଧ୍ୟ ବାଦକତା କରି ପାରିବେ ନାହିଁ। ଏହା ସହ ମହାମାରୀ କୋଭିଡ୍ ନିୟମ କୁ ତୁରନ୍ତ କାର୍ୟ୍ୟକାରି କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଉପଜିଲ୍ଲାପାଳ ପତ୍ର ସଂଖ୍ୟା ୧୮୫୧ରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗଣମାଧ୍ୟମ ପ୍ରତିନିଧି ଓ ଅଭିଭାବକ ମାନଙ୍କ ଉପସ୍ଥିତିରେ ହୋଇ ଥିବା ବୈଠକର ନିଷ୍ପତିରେ ଚଞ୍ଚକତା ଦେଖିବାକୁ ମିଳିଛି। ଉପଜିଲ୍ଲାପାଳ ଶ୍ରୀ ସ୍ବାଇଁ ଅଭିଭାବକ ମହାସଂଘ ର ନିଷ୍ପତିକୁ ଅଣଦେଖା କରି ବିଭ୍ରାନ୍ତ ଓ ଚକ୍ରାନ୍ତ କରି , ଡି ଏ ଭି ସପକ୍ଷରେ ନିର୍ଦେଶ ଦେଇ କହିଛନ୍ତି ଯେ ରିହାତିଦେଶର ନିଷ୍ପତ୍ତି ନ ଆସିବା ପର୍ୟ୍ୟନ୍ତ ବର୍ଦ୍ଧିତ ଫିସ ଦେଇ ଦିଅନ୍ତୁ ଯଦି କିଛି ରାୟ ଆସେ ତେବେ ପଇସା ଫେରସ୍ତ କରାଯିବ। ଏ ନେଇ ଜିଲ୍ଲା ଅଭିଭାବକ ମହା ସଙ୍ଘ ଓ ତାଳଚେର ଅଞ୍ଚଳ ର ସମସ୍ତ ଅଭିଭାବକମାନେ ଉପଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ନିନ୍ଦାପ୍ରସ୍ତାବ ଆଗତ କରିଛନ୍ତି। ତତ୍ ସହିତ କୌଣସି ଅଭିଭାବକ ମାନେ ନିଷ୍ପତି ନହେବା ପର୍ୟ୍ୟନ୍ତ ଫିସ ନଦେବାକୁ ଅନୁରୋଧ କରିଛନ୍ତି। ଏ ନେଇ ଜିଲ୍ଲା ଅଭିଭାବକ ସଂଘ ର ସଂଯୋଜକ ସଞ୍ଜୀବ ପଟ୍ଟନାୟକ କହିଛନ୍ତି ଯଦି ଉପ ଜିଲ୍ଲାପାଳ ତୁରନ୍ତ ତାଙ୍କ ନିର୍ଦେଶନାମା କୁ ପରିବର୍ତନ ନ କରନ୍ତି ତେବେ ଆସନ୍ତା ୧୩ତାରିଖରେ ଉପ ଜିଲ୍ଲାପାଳ କାର୍ୟ୍ୟାଳୟ ଘେରାଉ କରାଯିବ ବୋଲି ଚରମବାଣୀ ଶୁଣାଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.