କେନ୍ଦ୍ରାପଡ଼ା,୦୩/୦୩/୨୦୨୧(ଓଡ଼ିଶା ସମାଚାର)-ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ଜିଲ୍ଲାରେ ସୋମବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଜିଲ୍ଲାର ପ୍ରାୟ ୪୭୨ ଜଣ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ଏହି ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଛି । ୬୦ ବର୍ଷ ବୟସର ୧୩୨ଜଣ, ହେଲଥ ପ୍ରୋଭାଇଡର ୪୭ଜଣ, ଦ୍ୱିତୀୟ ମାତ୍ରାରେ ୩୨୬ଜଣ ଓ ଆଗଧାଡିର ସୁରକ୍ଷା କର୍ମୀ ୩୬ଜଣଙ୍କୁ ଏହି ଟୀକା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡାକ୍ତର ଅନିତା ପଟ୍ଟନାୟକ, ଏଡିଏମଓ ଡାକ୍ତର ସଚିତାନନ୍ଦ ମିଶ୍ର, ଡାକ୍ତର ନୃପେନ୍ଦ୍ର ଶତପଥୀଙ୍କ ସମେତ ବହୁ ଚିକିତ୍ସକ ଓ ସ୍ୱାସ୍ଥ୍ୟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର