Thursday , March 23 2023
Home / ବିଶେଷ / ଗ୍ୟାସ ସିଲିଣ୍ଡର ଫାଟି ଯୁବକ ଗୁରୁତର ଆହତ

ଗ୍ୟାସ ସିଲିଣ୍ଡର ଫାଟି ଯୁବକ ଗୁରୁତର ଆହତ

କେନ୍ଦ୍ରାପଡ଼ା,୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଗ୍ୟାସ ସିଲିଣ୍ଡର ଫାଟି ଜନୈକ ଯୁବକଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ  କପାଳେଶ୍ୱର ଗ୍ରାମର ସାବିର ମହମ୍ମଦଙ୍କ ଘରେ ରୋଷେଇ ହେଉଥିବା ସମୟରେ ଗ୍ୟାସ ସିଲିଣ୍ଡରଟି ହଠାତ ବିଷ୍ପୋରଣ ହୋଇ ଫାଟିବାରୁ ସେଥିରେ ସାବିର ଗୁରୁତର ହୋଇଥିବା ଜଣାପଡିଛି । ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ  ଚିକିତ୍‌ସାଳୟରେ ଭର୍ତି କରାଯାଇଥିଲା । ପରେ  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.