କଟକ, ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ୧୦୦ବର୍ଷ ପୂର୍ତି ପାଳନ ଅବସରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମୂରବୀ ତଥା ବିଭିନ୍ନ ପୂଜାକମିଟି, ଶାନ୍ତିକମିଟି ଓ ବିଭିନ୍ନ ରାଜନୈତିକ ଦଳମାନଙ୍କୁ ନେଇ ପୁଣି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୧୭ ତାରିଖରେ ଏକ ବୈଠକ ହୋଇଥିବାବେଳେ ଗତକାଲି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରାଯାଇଥିଲା । ସ୍ଥାନୀୟ ବିଷୁବ ମଣ୍ଡପରେ ସାଂସଦ ଭର୍ତୃହରି ମହତାବଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ପୂର୍ବତନ ବିଧାୟକ ତଥା ମହାନଗର ଶାନ୍ତିକମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ସଂଚାଳନ କରିଥିଲେ । ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କଂଗ୍ରେସ ନେତା ସୁରେଶ ମହାପାତ୍ର, ବିଜେପି ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, ସିପିଆଇ ନେତା ଅମରେନ୍ଦ୍ର ମହାନ୍ତି, କଟକ ମହାନଗର ଶାନ୍ତିକମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ, ପୂର୍ବାଂଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ, ସଂଖ୍ୟାଲଘୁ ନେତୃମଣ୍ଡଳୀ ମହମ୍ମଦ ସକିଲ, ଏକ୍ରାମ ହୁସେନ, ମହମ୍ମଦ ଅବଦୁଲ ଆହାର, ଫାଦର ତପନ ବଳିୟାରସିଂହ, ମହମ୍ମଦ ଆୟୁବ, ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ, କେଦାର ବେହେରା, ବିଜେପି ରାଜ୍ୟସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଶ୍ରୀତମ ଦାସ, ପ୍ରଶାନ୍ତ ନାୟକ, ଆଶିଷ ସାହୁ, ଜନସନ ମହାପାତ୍ର, ସୁଧୀର ମହାନ୍ତି ପ୍ରମୁଖ ଯୋଗଦେଇ ଆସନ୍ତା ମାର୍ଚ୍ଚ ୨୩ତାରିଖ ଦିନ ବିଭିନ୍ନ ଛକରେ ବ୍ୟାପକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସଂକୀର୍ତନ ମଣ୍ଡଳୀ, ରାମଧ୍ୱନୀ ମାଧ୍ୟମରେ ଶୋଭାଯାତ୍ରାକୁ ସୁଶୋଭିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ମୁଖ୍ୟ ସଂଯୋଜକ ଧର୍ମେଶ ନାୟକ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର