Sunday , March 26 2023
Breaking News
Home / ବିଶେଷ / ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ୬୫ ତମ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ୬୫ ତମ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ

ଜଟଣୀ,୦୩/୦୩/୨୦୨୧(ଓଡ଼ିଶା ସମାଚାର)- ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ୬୫ ତମ ରେଳ ସପ୍ତାହ ଉତ୍ସବ ସ୍ଥାନୀୟ ରେଳ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କାର୍ମିକ ଅଧିକାରୀ ରଂଜନ କୁମାର ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ପ୍ରବନ୍ଧକ ଶଶୀକାନ୍ତ ସିଂ ଯୋଗଦେଇ ଡିଭିଜନର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ନିଜନିଜର ସମର୍ପଣ ମନୋଭାବ ଓ ନିଷ୍ଠାପର କାର୍ଯ୍ୟାବଳୀ ସକାଶେ ଖୋର୍ଦ୍ଧାରୋଡ଼ ଡିଭିଜନ ଆଜି ଶ୍ରେଷ୍ଠ ଓ ଦକ୍ଷତା ମାନ୍ୟତା ମିଳିଥିବା ନେଇ ଉଦବୋଧନ ଦେଇଥିଲେ । ଏତଦବ୍ୟତୀତ ଆର୍ଥôକ ବର୍ଷ ୨୦୧୯-୨୦ ରେ ଉକôୃଷ୍ଟ କାର୍ଯ୍ୟପନ୍ଥା ପାଇଁ ବିଶେଷ ଦକ୍ଷତା ସିଲ୍ଡÿ ସହ ଆଉ ନଅଗୋଟି ଦକ୍ଷତା ସିଲ୍ଡÿ ମିଳିଅଛି । ସେହିପରି ଚଳିତ ବର୍ଷ ଜାନୁଆରୀ ମାସ ସୁଦ୍ଧା ୧୦୯ ମେଟ୍ରିକ୍ ଟନ୍ ମାଲ୍ ପରିବହନ କରାଇ ସମଗ୍ର ଭାରତୀୟ ରେଳବାଇରେ ତୃତୀୟ ସ୍ଥାନ ଅଧିକାର କରିଛି ଏତଦ୍ ବାଦ୍ ଏହି ଡିଭିଜନ ୧୨.୯୩ ମେଟ୍ରିକ ଟନ୍ ମାଲ୍ ପରିବହନ ରେ ସର୍ବୋକୃଷ୍ଟ ମାନ୍ୟତା ସହ ଉତମ ୱାଗନ ଲୋଡ଼ି ର ଅନୁମୋଦନ ମଧ୍ୟ ମିଳିଛି ସେହିପରି ମଣ୍ଡଳ ରେଳ ଚିକିତ୍ସାଳୟ ର ଉନ୍ନତିକରଣ କରାଯିବା ସହ ଆଇସୋଲେସନ ବେଡ୍ ସଂଖ୍ୟା ୪୨ କୁ ବୃଦ୍ଧି କରାଯିବା ସହ ଆତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି, କୋଭିଡ ସମୟ ଭିତରେ ରେଳ ଦ୍ୱାରା ଲୋକ ମାନଙ୍କୁ ତଥା ଅତ୍ୟାବଶ୍ୟକ ସାମଗ୍ରୀ ସ୍ଥାନାନ୍ତର କରିବାରେ ସେମାନଙ୍କର କଠିନ ପରିଶ୍ରମ ଏବଂ ନିସ୍ୱାର୍ଥପର ସେବା ପାଇଁ ସେ ତାଙ୍କର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉପରୋକ୍ତ ବାର୍ଷିକ ପୁରସ୍କାର ବିତରଣ ସମାରୋହରେ ୯୨ ଗ୍ରୁ୍ପ-ସି କର୍ମଚାରୀ, ୩୧ ଗ୍ରୁ୍ପ-ଡି କର୍ମଚାରୀ ଏବଂ ୧୩ ଗ୍ରୁପ ପୁରସ୍କାର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର କର୍ମଚାରୀମାନଙ୍କୁ ସେମାନଙ୍କର ଆନ୍ତରିକତା ଏବଂ ସମ୍ମାନଜନକ ସେବା ପାଇଁ ଉତ୍କର୍ଷ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.