Tuesday , March 21 2023
Breaking News
Home / ବିଶେଷ / ଏଟିଏମ ରୁ ଟଙ୍କା ଉଠାଇଲାବେଳେ ସାବଧାନ ରୁହନ୍ତୁ – ଏଟିଏମ ରୁ କମ ଟଙ୍କା ବାହାରୁଛି

ଏଟିଏମ ରୁ ଟଙ୍କା ଉଠାଇଲାବେଳେ ସାବଧାନ ରୁହନ୍ତୁ – ଏଟିଏମ ରୁ କମ ଟଙ୍କା ବାହାରୁଛି

କୃଷ୍ଣାନନ୍ଦପୁର,୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଏଟିଏମ ରୁ ଟଙ୍କା ଉଠାଇଲାବେଳେ ସାବଧାନ । ଏଟିଏମ ରୁ ଟଙ୍କା ଉଠାଇବାବେଳେ ମେସିନ୍ ରୁ ଟଙ୍କା ବାହାରିବା ବେଳେ ସେହି ଏଟିଏମ କାଉଂଟର ରେ ସଙ୍ଗେ ସଙ୍ଗେ ଟଙ୍କା ଗଣନ୍ତୁ । କାରଣ ଏଟିଏମ ରୁ କମ ଟଙ୍କା ବାହାରୁଛି ।  ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୃଷ୍ଣାନନ୍ଦପୁର ଠାରେ ଥିବା ଏକ ଏଟିଏମ ରେ । ଗତ କାଲି ମାର୍ଚ ୨ ତାରିଖ ଅପରାହ୍ନରେ ଜଣେ ବ୍ୟକ୍ତି କୃଷ୍ଣାନନ୍ଦପୁର ଆଲାହାବାଦ ବ୍ୟାଙ୍କରେ ତାଙ୍କ ମା ଙ୍କ ଆକାଉଂଟରୁ ଏଟିଏମ ଡ଼େବିଟ କାର୍ଡ଼ ରେ ଟଙ୍କା ଉଠାଇବା ପାଇଁ କ୍ରିଷ୍ଣାନନ୍ଦପୁର ଯାଇଥିଲେ । ଆଲାହାବାଦ ବ୍ୟାଙ୍କର ଏଟିଏମ ଦୀର୍ଘ ଦିନ ହେଲା ଅଚଳ ରହିଛି । ତେଣୁ ସେ ଭାରତୀୟ ଷ୍ଟେଟବ୍ୟାଙ୍କ ର ଏଟିଏମ କୁ ଯାଇ ଟଙ୍କା ଉଠାଇଥିଲେ । ୧ମ ଥର ୩ ହଜାର ଟ ୨ୟ ଥର ୧୦ ହଜାର ଏହିପରି ୧୩ ହଜାର ଟଙ୍କା ଉଠାଇଥିଲେ । ଟଙ୍କା ଗୁଡ଼ିକ ନୂଆ ଥିବାରୁ ଓ ମେସିନ୍ ରେ ଗଣାହୋଇ ବାହାରୁଥିବାରୁ ସେ ଟଙ୍କା ନଗଣି ପକେଟ ରେ ପୁରାଇ ଘରକୁ ପଳାଇଆସିଲେ । ହେଲେ ଘରେ ଦେଖିଲାବେଳକୁ ୪ ହଜାର ଟଙ୍କା କମ୍ ଅଛି । ଏଟିଏମ କାଉଂଟର ମଧ୍ୟରେ ସେ ଟଙ୍କା ଗଣିନଥିବାରୁ ନିଜ ଭୁଲ ଯୋଗୁ ଏଭଳି ଟଙ୍କା ହରାଇଲେ ଭାବି ଚୁପ୍ ରହିଲେ । ତଥାପି ଯଦି ଟଙ୍କା କମ ବାହାରିଥିବ ତେବେ ଆକାଉଂଟକୁ ପୁଣି ଟଙ୍କା ଫେରିଥାଇପାରେ ଭାବି  ପରଦିନ ସକାଳେ ଯାଇ ଏକ ମିନି ଟ୍ରାନ୍ଜାକସନ୍ ଷ୍ଟେଟମେଂଟ ବାହାରକଲେ । କିନ୍ତୁ ଦେଖିଲେ ଆଉ ଟଙ୍କା ଆକାଉଂଟକୁ ଫେରିନାହିଁ । ନିଜ ଭୁଲ ଯୋଗୁ ୪ ହଜାର ଟଙ୍କା ହରାଇଥିବା ଯୋଗୁ ନିଜକୁ ନିଯେ ଦୋଷ ଦେଇ କାନ ନାକ ମୋଡ଼ି ଚୁପ୍ ରହିଲେ । ଏହା କାହାଣୀ ନୁହେଁ । ପ୍ରକୃତ ସତ୍ୟ ଅଙ୍ଗେନିଭା କଥା । ତେଣୁ ଆପଣମାନେ ଏଟିଏମ ରୁ ଟଙ୍କା ଉଠାଇବା ସମୟରେ ସାବଧାନ ରୁହନ୍ତୁ । ଟଙ୍କା ବାହାରିବା ପରେ ସେହିଠାରେ ହିଁ ଟଙ୍କା ଗଣନ୍ତୁ, ତାପରେ ଯାଇ ଏଟିଏମ କାଉଂଟର ଛାଡ଼ନ୍ତୁ । ନହେଲେ ଆପଣ ମଧ୍ୟ କେତେବେଳେ ଏଭଳି ଟଙ୍କା ହରାଇବାକୁ ପଡ଼ିପାରେ । ଓଡ଼ିଶା ସମାଚାର

Leave a Reply

Your email address will not be published.