ପାରାଦ୍ୱୀପ ୦୩/୦୩/୨୦୨୧(ଓଡ଼ିଶା ସମାଚାର)-ପାରିପାଶ୍ୱିକ ଉନ୍ନୟନ ଓ ସିଏସଆର୍ କାର୍ଯ୍ୟ କ୍ଷେତ୍ରରେ ପାରାଦ୍ୱୀପ ଇଫକୋ ସର୍ବଦା ଆଗରେ ରହିଛି । ବିଭିନ୍ନ ଦୈବି ଦୁର୍ବିପାକ ସମୟରେ ସର୍ବଦା ସାଧାରଣରେ ସହାୟତାର ହାତ ବଢାଇଥିବାର ନଜିର ରହିଛି । ସେହିପରି ପାରାଦ୍ୱୀପଗଡ ଗ୍ରାମ ପଂଚାୟତରେ ଅଗ୍ନି ବିପନ୍ନ ପରିବାର ଙ୍କୁ ଇଫକୋ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା ଓ ଇଫକୋ କର୍ମଚାରୀ ସଙ୍ଘର ସଭାପତି ସୁଭେନ୍ଦୁ ମାଝି ପାରାଦ୍ୱୀପଗଡ ଗ୍ରାମପଂଚାୟତ ସରପଂଚଙ୍କ ଉପସ୍ଥିତିରେ ଇଫକୋ ପକ୍ଷରୁ ଜରୁରୀକାଳିନ ସାମଗ୍ରୀ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …