କୋରାପୁଟ, ୦୨/୦୩/୨୦୨୧(ଓଡ଼ିଶା ସମାଚାର)- କୋରାପୁଟ ଜିଲା ସୁଙ୍କୀ ଆଉଟପୋଷ୍ଟ ନିକଟରେ ଏକ କାରରେ ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ଛତିଶଗଡ଼ ଯାଉଥିବା ବେଳେ ପଟାଙ୍ଗୀ ପୁଲିସ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଛତିଶଗଡ ଅଞ୍ଚଳର ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଏ ନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର