Monday , March 20 2023
Breaking News
Home / ବିଶେଷ / ୪ ମାସ ବିତିଲା, ଭୁବନ ଏନଏସିରେ ନିର୍ବାହୀ ଅଧିକାରୀ ନିଯୁକ୍ତି ନୋହିଲା

୪ ମାସ ବିତିଲା, ଭୁବନ ଏନଏସିରେ ନିର୍ବାହୀ ଅଧିକାରୀ ନିଯୁକ୍ତି ନୋହିଲା

ଭୁବନ,୦୨/୦୩/୨୦୨୧(ଓଡ଼ିଶା ସମାଚାର)-ଗତ ଅକ୍ଟୋବର ମାସ ୨୫ ତାରିଖ ଦିନ ଭୁବନ ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ  କୁମାର ବରାଳ  ହୃଦଘାତରେ ପରଲୋକ ଗମନ କରିବାର ଇତି ମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କାହାକୁ ନିଯୁକ୍ତି ଦିଆଯାଇନାହିଁ । ତହସିଲଦାର ପ୍ରଭାସ ବେହୁରା ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବେଳେ ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ନଗରପାଳ ଦାୟିତ୍ୱରେ ରହିଛନ୍ତି । ଉଭୟ ଅଫିସର ନିଜର କାର୍ଯ୍ୟବ୍ୟସ୍ଥତା ଯୋଗୁ ନିୟମିତ ଭାବେ ଏନଏସି ଅଫିସକୁ ଆସୁନାହାନ୍ତି ।  ଦୀର୍ଘ ୨ ବର୍ଷ ହେଲା କାଉନସିଲ ଭାଙ୍ଗିଯାଇଥିବା ବେଳେ ନିର୍ବାହୀ ଅଧିକାରୀଙ୍କ ଅକାଳ ମୃତ୍ୟୁପରେ  ଦିର୍ଘ ୪ ମାସ ହେଲା ଏନଏସିରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଜଣେ ଦକ୍ଷ ନିର୍ବାହୀ ଅଧିକାରୀ ଙ୍କୁ ନିଯୁକ୍ତି ଦେବାକୁ ବୁଦ୍ଧିଜୀବୀ ମହଲ ଦାବି କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.