Tuesday , March 21 2023
Breaking News
Home / ବିଶେଷ /   ଶିକ୍ଷକ ଜୀବନଜ୍ୟୋତିଙ୍କ ବିୟୋଗ ରେ ସ୍ମୃତିସଭା     

  ଶିକ୍ଷକ ଜୀବନଜ୍ୟୋତିଙ୍କ ବିୟୋଗ ରେ ସ୍ମୃତିସଭା     

ଭୁବନ,୦୨/୦୩/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ଗ୍ରାମର ରଂଜନ ନାୟକ ଙ୍କ ଏକମାତ୍ର ପୁତ୍ର ଜୀବନଜ୍ୟୋତି  ଅନୁଗୁଳ ଜିଲ୍ଳା ଜରାସିଂହା ନିକଟରେ ଏକ ସଡକ ଦୁର୍ଘଟଣାରେ ପରଲୋକ ଗମନ କରିଥିଲେ । ସ୍ୱର୍ଗତ ଜୀବନଜ୍ୟୋତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସ୍ୱର୍ଗତ ଜୀବନଜ୍ୟୋତି ଙ୍କ ଉଦ୍ଧେଶ୍ୟରେ ଭୂଷଳ ଗ୍ରାମ ଶିକ୍ଷକ ସଂଘ ତରଫରୁ ତାରିଣୀ ମନ୍ଦିର ପରିସରରେ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗଦେଇ ଜୀବନଜ୍ୟୋତିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭୁଷଳ ଗ୍ରାମ ପଂଚାୟତ ର ସରପଂଚ ଚିତରଞ୍ଜନ ମଲ୍ଲିକ,ସମାଜସେବୀ କୃଷ୍ଣଚନ୍ଦ୍ର ମାହୁନ୍ତ,ଗୋବର୍ଧନ ପୀଠର ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍୍ର, ସମାଜସେବୀ ଲଳିତ କୁମାର ବେହେରା ,ଭୁବନ ବ୍ଳକ ଶିକ୍ଷା ସହାୟକ ସଂଘର ସଭାପତି ରାଜେଶ ପୃଷ୍ଟି,ଶିକ୍ଷକ ଅମିତାଭ ଦାଶ,ପ୍ରସନ୍ନ କୁମାର ନାୟକ,ଅକ୍ଷୟ ଶତପଥୀ,ବିକ୍ରମ କୁମାର ଦାଶ,ପ୍ରସନ୍ନ କୁମାର ବେହେରା, ରଞ୍ଜନ କୁମାର ଦାଶ ,ଭୁଷଳ ଗ୍ରାମର ବରିଷ୍ଠ ନାଗରିକ ବିଜୟ କୁମାର ମହାନ୍ତି,ଜୟରାମ ପାତ୍ର.ଅରୁଣ ବାରିକ,ସାଗର ଖୁଣି୍ଟଆ ପ୍ରମୁଖ ସ୍ମୃତିଚାରଣ କରି ଜୀବନଜ୍ୟୋତିଙ୍କ ଆମାୟିକ ବ୍ୟବହାର,କାର୍ଯ୍ୟକୁଶଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଜୀବନଜ୍ୟୋତଙ୍କି ବାଲ୍ୟବନ୍ଧୁୁମାନଙ୍କ ଦ୍ୱାରା ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଭୁଷଳ ଗ୍ରାମ ପରିକ୍ରମା କରିଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.