Monday , March 27 2023
Breaking News
Home / ବିଶେଷ / ମମ୍ ଆଣ୍ଡ ବେବି କେୟାର ଉଦଘାଟିତ

ମମ୍ ଆଣ୍ଡ ବେବି କେୟାର ଉଦଘାଟିତ

ଭୁବନେଶ୍ୱର, ୦୨/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱର ଜନପଥଠାରେ ଗର୍ଭବତୀ, ପ୍ରସୂତୀ ମହିଳା ଓ ନବଜାତ ଶିଶୁଶ୍ରେଣୀର ପ୍ରମୁଖ ଷ୍ଟୋର ମମ୍ ଆଣ୍ଡ ବେବି କେୟାର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟଅତିଥି c ଯୋଗଦେଇ ମମ୍ ଆଣ୍ଡ ବେବି କେୟାରକୁ ଫିତା କାଟି ଉଦଘାଟନ କରିଥିଲେ । ଏହି ଷ୍ଟୋରରେ ସମସ୍ତ ଦରକାରୀ ସାମଗ୍ରୀ ତଥା ଶିଶୁ ପୋଷାକ, ଖେଳନା, ଟ୍ରଲର, ବିଛଣା, ଦୋଳି, ଜୋତା ଓ ଆହୁରି ଅନେକ ଜିନିଷ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ । ତତ୍ ସହିତ ମହିଳାମାନଙ୍କ ପାଇଁ ବିଶେଷକରି ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କ ପାଇଁ ଅତ୍ୟାବଶ୍ୟକ ପୋଷାକ ସାମଗ୍ରୀ ଓ ଅନ୍ତଃବସ୍ତ୍ର, ଗର୍ଭବତୀ ମହିଳାମାନଙ୍କ ପାଇଁ ଖାଦ୍ୟ ଉପଲବ୍ଧ ହୋଇପାରିବ । ବିଶେଷ ଭାବେ ମହିଳାମାନେ ଗର୍ଭବତୀ ହେବା ପରଠାରୁ ଶିଶୁ ଜନ୍ମ ଓ ଶିଶୁ ୫ବର୍ଷ ହେବା ପର୍ଯ୍ୟନ୍ତ ଯେତେସବୁ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହୋଇପାରିବ । ଏହି ଷ୍ଟୋରରେ ଗ୍ରାହକମାନେ ଶିଶୁମାନଙ୍କ ଖାଦ୍ୟ ଓ ଗର୍ଭବତୀ ମହିଳମାନଙ୍କ ଖାଦ୍ୟ ଉପଲବ୍ଧ ଅଛି ବୋଲି କେୟାର ମୁଖ୍ୟ ଶ୍ରୀମତୀ ବିଦୁଲତା ଜେନା କହିଛନ୍ତି । ଓଡ଼ିଶା ସମାଚାର

 

Leave a Reply

Your email address will not be published.