Sunday , April 2 2023
Breaking News
Home / ବିଶେଷ / ବାରୋ ପଂଚାୟତର ମନରେଗା ପ୍ରକଳ୍ପ ଦୁର୍ନୀତିରେ ସଂପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପଂଚାୟତବାସୀଙ୍କ ଗଣଧାରଣା

ବାରୋ ପଂଚାୟତର ମନରେଗା ପ୍ରକଳ୍ପ ଦୁର୍ନୀତିରେ ସଂପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପଂଚାୟତବାସୀଙ୍କ ଗଣଧାରଣା

କେନ୍ଦ୍ରାପଡା, ୦୨/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଂଚାୟତର ମନରେଗା ପ୍ରକଳ୍ପ  ଦୁର୍ନୀତିରେ ସଂପୃକ୍ତ ଯନ୍ତ୍ରୀ,ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ପଂଚାୟତର ୱାର୍ଡସଭ୍ୟସଭ୍ୟା ଓ ପଂଚାୟତବାସୀମାନେ ଗଣଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି ।  ବାରୋ ପଂଚାୟତ ଏକ ବୃହତମ ପଂଚାୟତ ହୋଇଥିବା ବେଳେ ସେହି ପଂଚାୟତକୁ ଆସିଥିବା ମନରେଗା ଯୋଜନା ସରକାରୀ ଅନୁଦାନ ଅର୍ଥରେ କେନ୍ଦ୍ର ସରକାରଙ୍କ ନବଦ୍ୱୟ ବିଦ୍ୟାଳୟ ଖେଳପଡିଆରେ ଜେସିବି ମେସିନ ଦ୍ୱାରା ଅଳ୍ପ କିଛି କାର୍ଯ୍ୟ କରିଦେଇ ମାପଚୁପ କରାନଯାଇ କିମ୍ବା ଏମବିରେ ଏଂଟ୍ରୀ ନକରାଯାଇ ଏକଲକ୍ଷ ୩୩ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏଥିରେ ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଜି.ଆର.ଏସ. ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଏହାବ୍ୟତିତ  ବାରୁଅ ଖେଳପଡିଆ, ତରାଣ୍ଡୋ ସ୍କୁଲ ପାର୍କ ନିର୍ମାଣ ନାମରେ  ୬ଲକ୍ଷ ଟଙ୍କା ସରକାରୀ ଆକାଉଁଟରୁ ଉଠାଇ ନେଇ ହରିଲୁଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ପଂଚାୟତବାସୀ ଓ ୱାର୍ଡସଭ୍ୟସଭ୍ୟାମାନେ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଅଭିଯୋଗ କରିଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ କହିଛନ୍ତି । ଏତଦଭିନ୍ନ ପଂଚାୟତ ଆଲୋକିକରଣ, ବୃକ୍ଷରୋପଣ, ଇଟିପୁର ଖେଳପଡିଆ, ବାରୋ ଏବଂ ଇଟିପୁର ଗ୍ରାମରେ ପୋଖରୀ ଖନନ, କଳାମାଟିଆ ରାସ୍ତା ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ, ତରାଣ୍ଡୋ ଏବଂ ଇଟିପୁର ସ୍କୁଲ ପାଚେରୀ ନିର୍ମାଣ ଏବଂ ନିଳିକଣା ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ପ୍ରାୟ ୫୦ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏକ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଜନସାଧାରଣ ଦେଉଥିବା ଟ୍ୟାକ୍ସ ଅର୍ଥର ସଦବିନିଯୋଗ କରାଯିବାକୁ  ଏବଂ ସରକାରୀ ଅନୁଦାନ ଅର୍ଥକୁ ଆତ୍ମସାତ କରିଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବା ଦାବିରେ ବାରୋ ପଂଚାୟତର ୱାର୍ଡସଭ୍ୟସଭ୍ୟା ଓ ପଂଚାୟତବାସୀଙ୍କ ପକ୍ଷରୁ ଉମେଶ ଚନ୍ଦ୍ର ପରିଡା, ରାଜକିଶୋର ନାୟକ, ମମତା ସାମଲ, ମାନସ ପରିଡା, ରେଣୁବାଳା ମଳିକ, ମିନତୀ ପରିଡା, ନକୁଳ ମଳିକ, ସୁକାନ୍ତି ଦାସ, ବସନ୍ତ ନାୟକ, ରୁକ୍ମଣୀ ପରିଡା, ବିଦୁଲତା ସେଠୀ, ଭାଗିରଥୀ ଜେନା ପ୍ରମୁଖ ଶତାଧିକ ଧାରଣାକାରୀ ଗଣଧାରଣାରେ ବସିରହିଥିବା ଦେଖାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.