Saturday , April 1 2023
Breaking News
Home / ବିଶେଷ / ବାଣପୁର କଲେଜ ପୁରାତନ ଅଧ୍ୟାପକଙ୍କ ବନ୍ଧୁମିଳନ

ବାଣପୁର କଲେଜ ପୁରାତନ ଅଧ୍ୟାପକଙ୍କ ବନ୍ଧୁମିଳନ

ଭୁବନେଶ୍ୱର,୦୨/୦୩/୨୦୨୧(ଓଡ଼ିଶା ସମାଚାର)- ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ-ଅଧ୍ୟାପିକାମାନଙ୍କର ଏକ ବନ୍ଧୁମିଳନ ସ୍ଥାନୀୟ ପାନ୍ଥ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି । ଡଃ ବିଜୟ କୁମାର ପଟ୍ଟନାୟକ, ଶ୍ରୀ ରାହାସବିହାରୀ ନାୟକ ଓ ଶ୍ରୀ ରମେଶ ସିଂହଙ୍କୁ ନେଇ ଗଠିତ ଏକ ସଭାପତି ମଣ୍ଡଳୀର ଅଧ୍ୟକ୍ଷତାରେ ସଭ୍ୟମାନେ ନିଜନିଜର ବାଣପୁର କଲେଜ ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅନୁଷ୍ଠାନକୁ ଆଗାମୀ ଦିନରେ ଅଧିକ କ୍ରିୟାଶୀଳ କରାଯିବ । ଅନୁଷ୍ଠାନର ଏକ ସ୍ମରଣିକା ପ୍ରକାଶନ ପାଇଁ ନିଷ୍ପତି ନିଆଯାଇଛି । ଆଗାମୀ ଦୁଇବର୍ଷ ପାଇଁ କର୍ମକର୍ତା ମନୋନୟନ କରାଗଲା । ଡଃ ବିଜୟ କୁମାର ପଟ୍ଟନାୟକ ସଭାପତି ଓ ଡଃ ପ୍ରଦୀପ୍ତ କିଶୋର ପଣ୍ଡା ସମ୍ପାଦକ ମନୋନୀତ ହେଲେ । ଶ୍ରୀ ବୈଷ୍ଣବ ପ୍ରସାଦ ମହାନ୍ତି, ଶ୍ରୀ ମିହିର କୁମାର ରାୟ, ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସ, ଶ୍ରୀ ହରିଶ ମିଶ୍ର ନିର୍ବାଚନ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.