Saturday , March 25 2023
Breaking News
Home / ଶିକ୍ଷା / ପୁଣି ସ୍କୁଲ ଖୋଲିବା ସମୟ ବଦଳିଲା

ପୁଣି ସ୍କୁଲ ଖୋଲିବା ସମୟ ବଦଳିଲା

ଭୁବନେଶ୍ୱର, ୦୨/୦୩/୨୦୨୧(ଓଡ଼ିଶା ସମାଚାର)- ପୁଣି ସ୍କୁଲ ଖୋଲିବା ସମୟ ବଦଳିଲା । ସକାଳୁଆ ସ୍କୁଲ ନେଇ ପୂର୍ବରୁ ଘୋଷଣା ହୋଇଥିବା ସମୟରେ ରାଜ୍ୟ ସରକାର କିଛି ଟା ପରିବର୍ତ୍ତନ କରିଛନ୍ତି। ଏବେ ନବମ ଏବଂ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ସକାଳ ୭ଟାରୁ ୯ଟା ପର୍ୟ୍ୟନ୍ତ ସ୍କୁଲ ପାଠପଢା ହେବ। ଯାହାକି ଅପରିବର୍ତିତ ରହିଛି । କିନ୍ତୁ ଦଶମ ଏବଂ ଦ୍ଵାଦଶ ପିଲାଙ୍କ ପାଇଁ ସକାଳ ୮ଟାରୁ ୧୨ଟା ପର୍ୟ୍ୟନ୍ତ ସ୍କୁଲ ଚାଲିବ । ପୂର୍ବରୁ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ୟ୍ୟନ୍ତ ସ୍କୁଲ ଚାଲିବାକୁ ନିଷ୍ପତି ନିଆଯାଇଥିଲା ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ସହରରେ ତାପମାତ୍ର ବୃଦ୍ଧି ପାଇବା କୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଶୁକ୍ରବାର ଚିଠି ଲେଖିଥିଲେ। ତେବେ ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଯାଏଁ ସ୍କୁଲରେ ପାଠପଢା ପାଇଁ ସମୟ ନିର୍ଦ୍ଧାରିତ ହୋଇଥିଲା। ଯାହା ଏବେ ଅପରିବର୍ତ୍ତିତ ରହିଛି। ସେହିପରି ଦଶମ ଏବଂ ଦ୍ଵାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ଯାଏ ସ୍କୁଲ ଚାଲିବ ବୋଲି କୁହାଯାଇଥିଲା। ହେଲେ ୧ଟା ଯାଏଁ ସ୍କୁଲ ଖୋଲା ରହିବାକୁ ଅନେକ ମହଲରେ ବିରୋଧାଭଭାବ ଦେଖାଦେବାରୁ ଶିକ୍ଷା ବିଭାଗ ଏହାକୁ ପରିବର୍ତନ କରି ଦଶମ ଏବଂ ଦ୍ଵାଦଶ ପିଲାଙ୍କ ପାଇଁ ସକାଳ ୮ଟାରୁ ୧୨ଟା ପର୍ୟ୍ୟନ୍ତ ସ୍କୁଲ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.