Thursday , March 23 2023
Home / ବିଶେଷ / ନିଖିଳ ଓଡ଼ିଶା ପୂର୍ବତନ ସରପଂଚ ମହାସଂଘର ୧୭ତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ

ନିଖିଳ ଓଡ଼ିଶା ପୂର୍ବତନ ସରପଂଚ ମହାସଂଘର ୧୭ତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର, ୦୨/୦୩/୨୦୨୧(ଓଡ଼ିଶା ସମାଚାର)- ନିଖିଳ ଓଡ଼ିଶା ପୂର୍ବତନ ସରପଂଚ ମହାସଂଘ ପକ୍ଷରୁ ୧୭ତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ମହାସମାରୋହରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦିଗମ୍ବର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀକୁ ମୁଖ୍ୟଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁଜିବୁଲ୍ଲା ଖାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଓଡ଼ିଶାର ୩୦ଗୋଟି ଜିଲ୍ଲାର ସମସ୍ତ ବ୍ଲକରୁ ପୂର୍ବତନ ସରପଂଚ ଏବଂ ସରପଂଚ ଏବଂ ସମିତି ସଭ୍ୟମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ସରପଂଚ ସଂଘର ରାଜ୍ୟ ସଭାନେତ୍ରୀ ପୁଷ୍ପା ନାଏକ ଯୋଗଦେଇ ସରପଂଚ ମାନଙ୍କର ଦହନୀୟ ଅବସ୍ଥା ବାବଦରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବର୍ମା, ବରିଷ୍ଠ ଆଇନଜ୍ଞ, ଉଚ୍ଚତମ ନ୍ୟାୟାଳୟ ନୂଆଦିଲ୍ଲୀ ତଥା ଆଇନ ପରାମର୍ଶଦାତା ପୂର୍ବତନ ସରପ ମହାସଂଘ, ଓଡ଼ିଶା ଯୋଗଦେଇ ପୂର୍ବତନ ସରପମାନଙ୍କର ସମାଜସେବାରେ ମୁଖ୍ୟ ଭୂମିକା ଥିବା ବେଳେ ସରକାର ତାଙ୍କୁ ଅବହେଳା ପ୍ରଦର୍ଶନ କରୁଥିବାରୁ କ୍ଷୋଭ ପ୍ରକାଶ କରି କହିଲେ ଯେ, କୋଭିଡ-୧୯ ଠାରୁ ଆରମ୍ଭ କରି ଜନ୍ମ ଓ ମୃତୁ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ସରପଂଚମାନେ ଦାୟିତ୍ୱର ସହ କାର୍ଯ୍ୟ କରୁଛନ୍ତି । ଯଥାଶୀଘ୍ର ସରକାର ତାଙ୍କ ଦାବି ଗୁଡ଼ିକ ବିଚାର କରିବା ଜରୁରୀ ଆବଶ୍ୟକ । ମହାସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ହେମନ୍ତ ରଥ ଯୋଗଦେଇ କହିଲେ ଯେ, ରାଜ୍ୟରେ ଥିବା ୪୦ ହଜାର ପୂର୍ବତନ ସରପଂଚ ସମସ୍ତେ ଏକାଠି ହୋଇ ନିଜର ହକ୍ ପାଇଁ ଲଢେଇ କଲେ ଅନେକ କାର୍ଯ୍ୟ ହାସଲ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ପରେ ୧୦ଜଣ ପଂଚାୟତ ପ୍ରତିିନିଧିମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ପ୍ରଥମେ ପୂର୍ବତନ ସରପଂଚ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଶ୍ରୀଯୁକ୍ତ ମୁଜିବୁଲ୍ଲା ଖାନ ମୁନା ଭାଇ ତାରାଗାଁ ଗ୍ରାମପଂଚାୟତ, ଜିଲ୍ଲା-ନବରଙ୍ଗପୁର ବର୍ତମାନ ସେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଓ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହାଇଥିବାରୁ ତାଙ୍କୁ ମହାସଂଘ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶ୍ରୀମତୀ ଆଦରମଣି ସାମଲ, ସରପଂଚ ମଧୁସୁଦନପୁର ଗ୍ରାମପଂଚାୟତ, ଜିଲ୍ଲା-ଯାଜପୁର, ବଂଶୀଧର ମୁଦୁଲି, ସରପଂଚ କୋରକୋଣ୍ଡା ଗ୍ରାମ ପଂଚାୟତ, ଜିଲ୍ଲା-ମାଲକାନଗିରି, ନର୍ମଦା ଦଳେଇ ସରପଂଚ ଚନ୍ଦ୍ରଗିରୀ ଗ୍ରାମ ପଂଚାୟତ, ଜିଲ୍ଲା-ଗଜପତି ଏବଂ ସମିତି ସଭ୍ୟ ଶ୍ରୀଯୁକ୍ତ ସୁଦର୍ଶନ କହଁର, ବ୍ଲକ-ଫିରିଙ୍ଗିଆ ଜିଲ୍ଲା-କନ୍ଧମାଳ ଏବଂ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ଦେହୁରୀ, ଅନୁଗୁଳ ଜିଲ୍ଲାଙ୍କୁ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ରଘୁନାଥ ଶତପଥୀ, ସମ୍ପାଦକ ଯାଜପୁର ଜିଲ୍ଲା, ସରପଂଚ ସଂଘ ସଭାପତି ନିର୍ମଳ ସାମଲ, କେନ୍ଦୁଝର ଜିଲ୍ଲା ସଭାପତି ଅଖିଳ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.