କେନ୍ଦ୍ରାପଡା, ୦୨/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ୩ଜଣ କନିଷ୍ଠ ରାଜସ୍ୱ ସହାୟକ ବିଭାଗୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗରେ ଅଡିଟର ପଦରେ ନିଯୁକ୍ତି ପାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜିଲ୍ଲାପାଳଙ୍କ ଜୁଡିସିଆଲ ସେକସନରେ କାର୍ଯ୍ୟରତ ସୁବ୍ରତ କୁମାର ବେହେରା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅଡିଟର ଭାବେ ନିଯୁକ୍ତି ପାଇଥିବା ବେଳେ ଡେରାବିଶି ତହସିଲର ଗୀତାଞ୍ଜଳି ପ୍ରଧାନ ଏମ.ଏସ.ଏମ.ଇ. ବିଭାଗରେ ଓ ମହାକାଳପଡା ତହସିଲ କାର୍ଯ୍ୟାଳୟର ଶିବରାମ ନାୟକ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗରେ ଅଡିଟର ଭାବେ ନିଯୁକ୍ତି ପାଇଥିବା ସୂଚନା ମିଳିଛି । କର୍ମଚାରୀ ୩ଜଣଙ୍କୁ ସେମାନଙ୍କ ନୂତନ ନିଯୁକ୍ତି ସ୍ଥାନରେ ଯୋଗଦେବା ପାଇଁ ଫେବୃୟାରୀମାସ ୨୫ତାରିଖ ଠାରୁ ଜିଲ୍ଲାପାଳ ଭାରମୁକ୍ତ କରିଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର