Friday , May 20 2022
Home / ବ୍ୟବସାୟ ବାଣିଜ୍ୟ / ଆଇଓସିଏଲର ପିଏକ୍ସ-ପିଟିଏ ପ୍ରକଳ୍ପ ନିମନ୍ତେ ଜନ ଶୁଣାଣି

ଆଇଓସିଏଲର ପିଏକ୍ସ-ପିଟିଏ ପ୍ରକଳ୍ପ ନିମନ୍ତେ ଜନ ଶୁଣାଣି

ପାରାଦୀପ ୦୨/୦୩/୨୦୨୧(ଓଡ଼ିଶା ସମାଚାର)- ଆଇଓସିଏଲ ପ୍ଲାଂଟ୍ ପରିସରରେ ହେବାକୁ ଥିବା ପାରା ଜାଇଲେନ ଏବଂ ପୁ୍ୟରିଫାଇଡ୍ ଟେରେଫଥାଲିକ୍ ଏସିଡ୍ (ପିଏକ୍ସ-ପିଟିଏ) ପ୍ରକଳ୍ପ ନିମନ୍ତେ ଏକ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ପୌରପାଳିକା କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଜନ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର ସଭାପତିତ୍ୱ କରି ଯୋଗ ଦେଇଥିବା ସ୍ଥାନୀୟ ଲୋକମାନଙ୍କୁ ନିଜର ମତାମତ ରଖିବା ପାଇଁ ନିବେଦନ କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଦିଲ୍ଲୀପ ଦାଶ ଉପସ୍ଥିତ ରହି ମତାମତ ରଖୁଥିବା ଲୋକମାନଙ୍କ ଅଭିଯୋଗ ଆପତିକୁ ଭଲ ଭାବେ ଶୁଣି ଥିଲେ । ଏହି ଜନ ଶୁଣାଣିରେ ମୋଟ୍ ୧୮ ଜଣ ନିଜର ମତାମତ ରଖିଥିବା ବେଳେ ୧୬ ଜଣ ଏହାକୁ ସମର୍ଥନ କରିଥିଲେ । ସମସ୍ତେ ପ୍ରକଳ୍ପକୁ ସମର୍ଥନ କରିଥିଲେ ମଧ୍ୟ ଅଂଚଳର ବିକାଶ ଦିଗରେ ଆଇଓସିଏଲ କର୍ତୃପକ୍ଷ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଥିଲେ । ଆଇଓସିଏଲ ତୈଳ ବିଶୋଧନାଗାର ଓ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଦ୍ୱାରା ପ୍ରସ୍ତାବିତ ବର୍ଷ ୧.୨ ମିଲିଅନ ମେଟି୍ରକ୍ ଟନ୍ ଏସିଡ୍ ଉତ୍ପାଦନ କରାଯିବ । ଏହି ଉତ୍ପାଦକୁ ବୟନ ଶିଳ୍ପର କଂଚାମାଲରେ ବ୍ୟବହାର କରାଯାଇପାରିବ । ଏଥିପାଇଁ ୭୫ ଏକର ଜମି ଆବଶ୍ୟକ ପଡ଼ିବ । ଏଥିନିମନ୍ତେ ଆଇଓସିଏଲକୁ କୌଣସି ଜମି ଅଧିଗ୍ରହଣ କରିବାକୁ ପଡ଼ିବ ନାହିଁ । ସେହି ଜାଗା ମଧ୍ୟରେ ଏହି ପ୍ରକଳ୍ପକୁ ନିର୍ମାଣ କରାଯିବ । ଏହାସହ ଅଧିକ ପାଣିର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯିବ ବୋଲି ଆଇଓସିଏଲ ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପ ଆସନ୍ତା ୨୦୨୪ ସୁଦ୍ଧା ଶେଷ କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ମହାପ୍ରବନ୍ଧକ (ମାନବ ସମ୍ବଳ) ଏକେ ଭାଗୱତି, ମୁକେଶ ମୋହନ ମୁଖ୍ୟ ମହାପ୍ରବନ୍ଧକ (ଟିଏସ୍), ବିଆର ମଲ୍ଲିକ ମୁଖ୍ୟ ମହାପ୍ରବନ୍ଧକ (ଏଚ୍ଏସ୍ଇ) ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଏଇଚର୍ ଟ୍ରାକ୍ଟର୍ସ ପକ୍ଷରୁ ପରବର୍ତୀ ପିଢିର କୃଷକଙ୍କ ପାଇଁ ପ୍ରିମିୟମ ରେଞ୍ଜ୍ର ଟ୍ରାକ୍ଟର- ପ୍ରାଇମା ଜି୩ ଉନ୍ମୋଚିତ

. ବିଶ୍ୱସ୍ତରୀୟ ଡିଜାଇନ ସହିତ ପ୍ରିମିୟମ ଷ୍ଟାଇଲିଂ .ଫର୍ମ, ଫିଟ୍ ଓ ଫଙ୍କ୍ଶନ ସହ ପ୍ରଗତିଶୀଳ ଟେକ୍ନୋଲୋଜି .ଉନ୍ନତ ସିଟ୍,ପ୍ରଶସ୍ତ …

Leave a Reply

Your email address will not be published. Required fields are marked *