ସୁନ୍ଦରଗଡ ୦୧/୦୩/୨୦୨୧(ଓଡ଼ିଶା ସମାଚାର)- ସୁନ୍ଦରଗଡ ବଡଗାଁ ଥାନା ଅନ୍ତତର୍ଗତ ବଡଗାଁ ପୋଷ୍ଟ ଅଫିସ ନିକଟରେ ଥିବା ନିଉ ମା ମଙ୍ଗଳା ଜୁଏଲାରି ମାଲିକ ରୋହିତ ବର୍ମା (୩୨) ଙ୍କୁ ଗୁଳିମାଡ ହୋଇଛି । ରୋହିତଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଥିବା ଜଣାପଡିଛି । ରୋହିତଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ ରେ ଭର୍ତି କରାଯାଇଛି କରାଯାଇଛି ।
ସୂଚନାଯୋଗ୍ୟ ଏ, ପୋଷ୍ଟ ଅଫିସ ନିକଟରେ ଥିବା ନିଉ ମା ମଙ୍ଗଳା ଜୁଏଲାରି ର ମାଲିକ ରୋହିତ ବର୍ମା ସୋମବାର ନିଜ ଦୋକାନ ଖୋଲି ସାରିବା ପରେ ଦୋକାନ ବାହାରେ ଛିଡ଼ା ହୋଇଥିଲେ । ସେହି ସମୟରେ ଏକ ବାଇକରେ ୩ ଜଣ ଦୁବୃର୍ତ୍ତ ଆସି ହଠାତ୍ ଗୁଳି ମାଡ କରିଥିଲେ । ରୋହିତଙ୍କୁ ବଞ୍ଚାଇବାକୁ ଯାଇ ସରୋଜ ଦାସ ନାମକ ଜଣେ ଯୁବକ ମଧ୍ୟ ଗୁଳିମାଡର ଶିକାର ହୋଇଛନ୍ତି। ଗୁଳିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ । ଗୁଳି ମାଡ ପରେ ଦୁର୍ବୃତ୍ତମାନେ ବନ୍ଧୁକ ପକାଇ ଫେରାର ହୋଇଯାଇଛନ୍ତି । ତିନିଟି ଗୁଳି ଫୁଟିଥିବା ବେଳେ ଘଟଣାସ୍ଥଳରେ ବନ୍ଧୁକ , ଫୁଟା ଓ ଅଫୁଟା ଗୁଳି ପଡ଼ିରହିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଓଡ଼ିଶା ସମାଚାର