ପାରାଦ୍ୱୀପ ୦୧/୦୩/୨୦୨୧(ଓଡ଼ିଶା ସମାଚାର)- ପଣ୍ୟ ଓ ରେଲ୍ୱେ ୱାଗନ ପରିଚାଳନାରେ ଲଗାତର ଭାବେ ପାରାଦ୍ୱୀପ ବନ୍ଦର ରେକର୍ଡ ସୃଷ୍ଟି କରିଚାଲିଛି । ତେବେ ନୌବାଣିଜ୍ୟ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ପାରାଦ୍ୱୀପ ବନ୍ଦରର ଆଇରନ୍ ଓର୍ ହ୍ୟାଣ୍ଡିଲିଂ ପ୍ଳାଂଟ (ଆଇଓଏଚ୍ପି) ଦ୍ୱାରା ଫେବୃଆରୀ ୨୦୨୧ରେ ସର୍ବାଧିକ ମାସିକ ୧୮୨ ରେଲ୍ୱେ ରେକ୍ ପରିଚାଳନା କରି ଏକ କିର୍ତୀମାନ ସ୍ଥାପନ କରିଛି । ଯାହାକି ଗତ ଜାନୁଆରୀ ୨୦୨୧ ମାସିକ ୧୭୪ର ପୂର୍ବ ରେକର୍ଡ କୁ ଅତିକ୍ରମ କରିଛି । ଓଡ଼ିଶା ସମମାଚାର