ଭୁବନ ୦୧/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ସାହୁଘର ପଟଣା ଠାରେ ନବନିର୍ମିତ କମ୍ୟୁନିଟି ସେଣ୍ଟର କୁ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ଖଣି ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ରମେଶ ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ନନ୍ଦକିଶୋର ସାହୁ,ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଏନଏସି ଅଧ୍ୟକ୍ଷ ଦାୟିତ୍ୱରେ ଥିବା କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ,ତହସିଲଦାର ପ୍ରଭାସ କୁମାର ବେହୁରା, କାମାକ୍ଷାନଗର ଦଳିତ ସମାଜ ସଭାପତି ଅନ୍ତର୍ଯ୍ୟାମୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଓଡ଼ିଶା ସମାଚାର