Thursday , March 23 2023
Home / ବିଶେଷ / ଭୁବନ ମଣ୍ଡଳ ପାଲାଗାୟକ ସଂଘର ବାର୍ଷିକଉତ୍ସବ

ଭୁବନ ମଣ୍ଡଳ ପାଲାଗାୟକ ସଂଘର ବାର୍ଷିକଉତ୍ସବ

            ପାଲା ହେଉଛି ଓଡିଆ ସଂସ୍କୃତିର ପରିଚୟ ; ମହେଶ ସାହୁ

ଭୁବନ ୦୧/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ମଣ୍ଡଳ ପାଲା ଗାୟକ ସଂଘର ୨୮ ତମ ବାର୍ହିକ ଉତ୍ସବ ସୁରପ୍ରତାପପୁର ମଙ୍ଗଳାମନ୍ଦିର ପ୍ରାଙ୍ଗଣରେ ଆଜି ଉଦଘାଟିତ ହୋଇଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି  ପାଲା ହେଉଛି ଓଡିଆ ସଂସ୍କୃତିର ପରିଚୟ ଓ ବୃହତ ଗଣମାଧ୍ୟମ । ପାଲା ଜରିଆରେ ସମାଜରେ ଆଧ୍ୟାତ୍ମିକତା ଓ ଭକ୍ତିଭାବ ସୃଷ୍ଟି କରାଯାଇଥାଏ ଓ ସମାଜରେ ପରିବର୍ତନ ଅଣାଯାଇଥାଏ । ଭାଗବତ ଟୁଙ୍ଗି,ସଂକୀର୍ତନ ମଣ୍ଡଳୀ ଓ ପାଲା ,ଦାସ କାଠିଆ,ଲୋକନୃତ୍ୟ ଭଳି  ହଜିଯାଉଥିବା ସଂସ୍କୃତିକୁ ପୁନରୁଦ୍ଧାର କରାଯିବା ପାଇଁ ସରକାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଭୁବନ ମଣ୍ଡଳ ସଭାପତି ଧୃବ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ ମହାରାଜ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସୁରପ୍ରତାପପୁର ପଂଚାୟତର ପୂର୍ବତନ ସରପଂଚ ଶୁକଦେବ ରାଉତ, ଢେଙ୍କାନାଳ ଜିଲ୍ଲା ପାଲାଗାୟକ ସଂଘ ସଭାପତି ଉଦୟ ପଟ୍ଟନାୟକ, ସଂପାଦକ ଧର୍ମାନନ୍ଦ ପୃଷ୍ଟି, ଡା.ରାମଚନ୍ଦ୍ର ଦାସ, ଦୁର୍ଗାମାଧବ ପୃଷ୍ଟି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସଂପାଦକ ପୂର୍ଣ୍ଣାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.