Saturday , April 1 2023
Breaking News
Home / ବିଶେଷ / ଭୁବନ ବ୍ଲକ ଓଷ୍ଟା ସଂଘର ନୂତନ କର୍ମକର୍ତା

ଭୁବନ ବ୍ଲକ ଓଷ୍ଟା ସଂଘର ନୂତନ କର୍ମକର୍ତା

ଗଣେଶ୍ୱର ସଭାପତି, ସୁରେଶ ସମ୍ପାଦକ
ଭୁବନ ୦୧/୦୩/୨୦୨୧(ଓଡ଼ିଶା ସମାଚାର)- ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚରର୍ସ ଆସୋସିଏସନ (ଓଷ୍ଟା) ଭୁବନ ବ୍ଲକ ସଂଘର ନୂତନ କର୍ମକର୍ତା ମନୋନୟନ ହୋଇଯାଇଛି । ମଠକରଗୋଳା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତ କ୍ରମେ ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗଣେଶ୍ୱର ଦାସ ସଭାପତି,ଅରଖପାଳ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ପରିଡା ସମ୍ପାଦକ,ସୁମିତ୍ରାରାଣୀ ଖୁଣି୍ଟଆ ଉପସଭାପତି,ମନୋଜ କୁମାର ବାରିକ,ଅରୁଣ କୁମାର ନାୟକ ଯୁଗ୍ମ ସମ୍ପାଦକ, ଅରୁଣ କୁମାର ଦାସ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଓ ସଚଳା ସାହୁ ଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ଏହି ବୈଠକରେ ଢେଙ୍କାନାଳ ଜିଲ୍ଲା ଓଷ୍ଟା ସଂପାଦକ ବିଭୂତି ଭୂଷଣ ସାମଲ,ବର୍ଷିଆନ ନେତା ସରୋଜ କୁମାର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଚନ୍ଦ୍ର ରାଉତ ଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.