ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ମିଳିଲେ ତାଙ୍କର ଶିକ୍ଷାର ବିକାଶ ହୋଇପାରିବ
ନିରାକାରପୁର, ୦୧/୦୩/୨୦୨୧(ଓଡ଼ିଶା ସମାଚାର)- ଦାରଦ୍ର୍ୟ ସୀମାରେଖା ତଳେ ଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ମିଳିଲେ ସେମାନଙ୍କ ଶିକ୍ଷାର ବିକାଶ ନିଶ୍ଚିତ ହୋଇପାରିବ ବୋଲି ଆଜି ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ ବାଙ୍ଗୁର ଶିକ୍ଷା ସଦନ ପରିସରରେ ଅନୁଷ୍ଠିତ ଆଲୋଚନାଚକ୍ର ଜାଗୃତି ଓ କୋଭିଡ଼ ଯୋଦ୍ଧା ସମ୍ବର୍ଦ୍ଧିିତ ସଭାରେ ଉପସ୍ଥିତ ଅତିଥିଗଣ ମତପୋଷଣ କରିଥିଲେ । ବାଙ୍ଗୁର ଶିକ୍ଷା ସଦନ ସହଯୋଗ ଓ ଏଚୟୁଆଇଏଲ, ମଳିପଡ଼ା ସହାୟତାରେ ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷକ ଡ଼. ଗୈାରହରି ମିଶ୍ର ପୌରହିତ୍ୟ କରିଥିବାବେଳେ ମୁଖ୍ୟଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଦିଗନ୍ତ ରାଉରାୟ ଯୋଗଦେଇ ଶିକ୍ଷାର ବିକାଶ ପାଇଁ ପ୍ରୋତ୍ସାହନ ସହିତ ପ୍ରେରଣାର ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ମୁଖ୍ୟବକ୍ତାଭାବେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ପୋଲିସ ଅଧୀକ୍ଷକ ମାୟାଧର ସେଠୀ ଓ ସମ୍ମାନୀତ ଅତିଥିଭାବେ ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା, ଏଚୟୁଏଲଆଇ ଜେନେରାଲ ମ୍ୟାନେଜର ତୁଷାର ବଳବନ୍ତରାୟ, ବିତ ଅଧିକାରୀ ଦୀପକ ଗୁପ୍ତା, ମାର୍କେଟିଙ୍ଗ ମ୍ୟାନେଜର ସନ୍ତୋଷ ଗୁପ୍ତା, ଶାଖା ପରିଚାଳକ ବିଷ୍ଣୁ ଓ ବାନାର୍ଜୀ , ଏବିଇଓ ସତ୍ୟବାନ ଶ୍ରୀଚନ୍ଦନ ଓ ସିଆରସିସି ଯୁଧୀଷ୍ଠିର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାଚକ୍ର ଜାଗୃତିର ମଦ୍ୟାଳୟର ଗତବର୍ଷ ମାଟ୍ରିକ ଟପର ଯଥାକ୍ରମେ ମଧୁସ୍ମିତା ଜେନା ଓ ଶୁଭଶ୍ରୀ ସ୍ୱାଇଁଙ୍କୁ ଏଚୟୁଏଲଆଇ ତରଫରୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ରାଶି ସୂରୁପ ମୁଖ୍ୟଅତିଥି ଶ୍ରୀଯୁକ୍ତ ରାଉରାୟଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କଂପୁର ପଂଚାୟତର ଆଶାକର୍ମୀ, ପୋଲିସ ଅଧିକାରୀଗଣ , ଗଣମାଧ୍ୟମ ପ୍ରତିନିଧ ଓ ପ୍ରଧାନଶିକ୍ଷକଙ୍କୁ କୋଭିଡ଼ ଯୋଦ୍ଧା ରୂପେ ମାନପତ୍ର ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଏହି ସଭାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ କିଟ ଅତିିଥିମାନଙ୍କ ଦ୍ୱାରା ବଂଟନ କରାଯାଇଥିଲା । ଶେଷରେ ଶିକ୍ଷୟତ୍ରୀ ପୂରବୀ ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିବାବେଳେ ସବିତାରାଣୀ ତ୍ରିପାଠୀ, ରୀତା ଦେବୀ, ସ୍ମିତା ରଣସିଂହ,ସୀତା ବରାଳ,ରଞ୍ଜିତା ବାରିକ, କେଶବ ସିଂହ, ଦାଶରଥୀ ବାରିକ ଓ ରବିନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ସଭାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ କୋଭିଡ଼ ନିୟମ ମାନ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାରକ