ପାରାଦୀପ,୦୧/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ପୋର୍ଟ ଟ୍ରଷ୍ଟ ଅଫିସର୍ସ ସଂଘ(ପିପିଟିଓପିଏ) ନିକଟରେ ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ଉଦ୍ଧେଶ୍ୟରେ ପେନସନ୍ ଭୋଗି ଅଧିକାରୀ ମାନଙ୍କର ବକେୟା ବର୍ଦ୍ଧିତ ପେନସନ୍ ଓ ଅନ୍ୟାନ୍ୟ ସୁବିଧା ଅନୁମୋଦନ ନିମନ୍ତେ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ଅନୁରୋଧ ପତ୍ରରେ ସଂଘର ସାଧାରଣ ସଂପାଦକ ଶେଷଦେବ ସାହୁ କହିଛନ୍ତି ଯେ ଜାନୁଆରୀ ୧, ୨୦୧୭ରୁ କାର୍ଯ୍ୟକାରୀ ହେଉଥିବା ପୋର୍ଟ ଆଣ୍ଡ ଡକ୍ ଲେବର ବୋର୍ଡ ପକ୍ଷରୁ ଦ୍ୱିତୀୟ ପଦ୍ଧତି ଅନୁଯାୟୀ ପେନସନ ଦେୟକୁ ଦୃଷ୍ଟିରେ ରଖି ବନ୍ଦର କର୍ତୃପକ୍ଷ ନ୍ୟାୟପୂର୍ଣର୍ ଭାବେ ବିଚାର କରିବାକୁ ଅନୁରେଧ କରିଛନ୍ତି । ଜୀବନର ଶେଷ ଅବସ୍ଥାରେ ଅବସର ପ୍ରାପ୍ତ ଅଧିକାରୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଯଥାଶିଘ୍ର ଦ୍ୱିତୀୟ ପଦ୍ଧତିରେ ବକେୟା ଅର୍ଥ ପ୍ରଦାନ ପାଇଁ ଆଦେଶ ପ୍ରଦାନ କରିବାକୁ ସାଧାରଣ ସଂପାଦକ ଶ୍ରୀ ସାହୁ ଅନୁରୋଧ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର