Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / ବରିଷ୍ଠ ନାଗରିକମାନଙ୍କୁ କୋଭିଡ୍ ଟୀକା ପ୍ରଦାନ   

ବରିଷ୍ଠ ନାଗରିକମାନଙ୍କୁ କୋଭିଡ୍ ଟୀକା ପ୍ରଦାନ   

ଗରଦପୁର, ୦୧/୦୩/୨୦୨୧(ଓଡ଼ିଶା ସମାଚାର)- ମାର୍ଚ୍ଚ ପହିଲାରେ ସମଗ୍ର ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଟୀକାକରଣ ପାଇଁ ସରକାର ସୂଚନା ଦେଇଛନ୍ତି ।  ପାଟକୁରା ମେଡିକାଲ ପକ୍ଷରୁ ଆଜି ଅଂଚଳର କେତେକ ବରିଷ୍ଠ ନାଗରିକମାନଙ୍କୁ କୋଭିଡ୍ ଟୀକା ପ୍ରଦାନ କରାଯାଇଛି । ମେଡିକାଲର ଟୀକା ଗ୍ରହଣ କେନ୍ଦ୍ରରେ ୬୦ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକମାନଙ୍କର ନିଜ ଆଧାର କାର୍ଡକୁ ଅନ୍ ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରାଯାଇ କୋଭିଡ ଟୀକା ପ୍ରଦାନ କରାଯାଇଛି । ବିଭିନ୍ନ ପଂଚାୟତମାନଙ୍କରୁ ଆସିଥିବା ବରିଷ୍ଠ ନାଗରିକମାନଙ୍କୁ ଆଜି ଠାରୁ ଟୀକା ପ୍ରଦାନ କାର୍ଯ୍ୟ ଆରମ୍ଭ କରାଯାଇଥିବା ପାଟକୁରା ମେଡିକାଲର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ହିମାଂଶୁ ଭୂଷଣ ଷଢଙ୍ଗି ପ୍ରକାଶ କରିଛନ୍ତି । ଏହି ଟୀକା ଗ୍ରହଣ ବ୍ୟବସ୍ଥା ପାଟକୁରା ମେଡିକାଲରେ କରାଯାଉଥିବାରୁ ଏହାକୁ ପଂଚାୟତୱାରୀ କରାଯାଇଥିବା ଡାକ୍ତର ଷଢଙ୍ଗି ସୂଚନା ପ୍ରଦାନ କରିଛନ୍ତି । ଆଜି ପାଟକୁରା ମେଡିକାଲରେ ୧୭୦ଜଣ ବରିଷ୍ଠ ନାଗରିକମାନେ ଟୀକା ଗ୍ରହଣ କରିଥିବା ମେଡିକାଲ ସୂତ୍ରରୁ ପ୍ରକାଶ । ତେବେ ବର୍ତମାନ କେବଳ ପାଟକୁରା ରେ ଟୀକା ଦିଆଯାଉଥିବାବେଳେ ଅନ୍ୟ ପଂଚାୟତରେ ଟୀକାକରଣ କେନ୍ଦ୍ର ଖୋଲିନାହିଁ । ବର୍ତମାନର ଗ୍ରୀଷ୍ମରେ ନିଜ ଘର ପାଖରେ ଟୀକାକରଣ କେନ୍ଦ୍ର ଖୋଲାଯାଇନଥିବାରୁ ୩୦ କିଲୋମିଟର ଦୂରରେ ଯାଇ ପାଟକୁରା ମେଡ଼ିକାଲରେ ଟୀକା ନେବାକୁ ବରିଷ୍ଠ ନାଗରିକମାନେ ଅମଙ୍ଗ ହେଉଛନ୍ତି । ଅନ୍ତତ ନିଜ ପଂଚାୟତରେ କିମ୍ବା ନିଜ ଘର ନିକଟରେ ଥିବା ଡ଼ାକ୍ତରଖାନା କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରରେ ଟୀକାକରଣ କେନ୍ଦ୍ର ଖୋଲିବାକୁ ବରିଷ୍ଠ ନାଗରିକମାନେ ଦାବିକରି କେନ୍ଦ୍ରାପଡ଼ା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  ।  ଓଡ଼ିଶା ସମାଚାର

Leave a Reply

Your email address will not be published.