ପୁନଃ ପ୍ରତିଷ୍ଠା ପାଇଁ ବିଜେପିର ଦାବି
କଟକ ସଦର,୦୧/୦୩/୨୦୨୧(ଓଡିଶା ସମାଚାର /ଅଭୟ ଜେନା):କଟକ ପ୍ରେସ ଛକ ଠାରେ ବହୁ ବର୍ଷ ତଳୁ ଏକ ଗାନ୍ଧୀ ମୂର୍ତ୍ତୀ ରହିଥିଲା। ରାସ୍ତାର ପ୍ରଶସ୍ତିକରଣ କାରଣରୁ ସେହି ଗାନ୍ଧୀ ମୂର୍ତ୍ତୀ ଟିକୁ ସେଠାରୁ ହଟାଇ ଦିଆଯାଇଥିଲା। ରାସ୍ତାର ପ୍ରଶସ୍ତିକରଣ ପରେ ଗାନ୍ଧୀ ମୂର୍ତ୍ତୀକୁ ସେହି ପାଖରେ ଅନ୍ୟ କୈାଣସି ଏକ ସ୍ଥାନରେ ପୁନଃ ସ୍ଥାପନ କରାଯିବ ବୋଲି ସମସ୍ତେ ଆଶା କରୁଥିଲେ। ଦୁର୍ଭାଗ୍ୟଜନକ ବିଷୟ ଯେ ଅନେକ ବର୍ଷ ପରେ ମଧ୍ୟ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନାଁ ଧରୁନାହାନ୍ତି ଜିଲ୍ଲା ପ୍ରଶାସନ ବୋଲି ବିଜେପି ନେତା ଦିଲୀପ ମଲ୍ଲିକ ଅଭିଯୋଗ କରିଛନ୍ତି।
ପ୍ରକାଶ ଥାଉକି ଚଳିତ ମାସ ୨୩ ତାରିଖରେ ଗାନ୍ଧୀଜୀଙ୍କ କଟକ ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନର ଆୟୋଜନ କରିବାକୁ ଯାଉଛି ଜିଲ୍ଲା ପ୍ରଶାସନ। ଏପଟେ ପ୍ରେସ୍ ଛକ ଗାନ୍ଧୀ ମୂର୍ତ୍ତୀ ଏବେ କେଉଁଠି ? ମୂର୍ତ୍ତୀ ସୁରକ୍ଷିତ ଅଛି ନା ନାହିଁ ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି। ୨୩ ତାରିଖ ପୂର୍ବରୁ ପ୍ରେସ ଛକ କୈାଣସି ଏକ ସ୍ଥାନକୁ ଚିହ୍ନଟ କରି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କୁ ପୁନଃ ସ୍ଥାପନ କରିବାକୁ ଜିଲ୍ଲାପାଳଙ୍କୁ ବିଜେପି ନେତା ଦିଲୀପ ମଲ୍ଲିକ ଅନୁରୋଧ କରିଛନ୍ତି। ଓଡ଼ିଶା ସମାଚାର