Thursday , March 23 2023
Home / ବିଶେଷ / ପଣ୍ଡିତ ଦାଶରଥି ମିଶ୍ରଙ୍କ ୭୩ତମ ଜନ୍ମ ବାର୍ଷିକୀ

ପଣ୍ଡିତ ଦାଶରଥି ମିଶ୍ରଙ୍କ ୭୩ତମ ଜନ୍ମ ବାର୍ଷିକୀ

ବରୀ , ୦୧/୦୩/୨୦୨୧(ଓଡ଼ିଶା ସମାଚାର)- ଯାଜପୁର ର ବରିଷ୍ଠ ପାଲା ଗାୟକ ,ପଣ୍ଡିତ ଓ ପ୍ରବୀଣ ଶିକ୍ଷାବିତ ଶ୍ରୀଯୁକ୍ତ ଦାଶରଥି ମିଶ୍ର ଙ୍କ ୭୩ତମ ଜନ୍ମ ବାର୍ଷିକୀ ନିଜ ଗ୍ରାମ ବାଲିଗୁଡା ,ମଙ୍ଗରାଜପୁର ପଂଚାୟତ ସ୍ଥ ସତ୍ୟନାରାୟଣ ମଣ୍ଡପ ରେ ସତ୍ୟନାରାୟଣ ପାଲାକାର ସଙ୍ଘ ପକ୍ଷରୁ କୋଭିଡ଼ କଟକଣା ଅନୁଯାଇ ନିରାଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଗାୟକ ଶ୍ରୀ ପ୍ରସନ୍ନ କର ଙ୍କ ସଭାପତିତ୍ୱରେ ଏହି କାର୍ୟ୍ୟକ୍ରମରେ ଜିଲାପରିଷଦ ସଭ୍ୟ ଶ୍ରୀ ଚତୁର୍ଭୁଜ ଦ୍ବିବେଦୀ , ପଂଚାୟତ ସମିତି ସଭ୍ୟା ମହେଶ୍ୱତା ନାୟକ , ସରପଞ୍ଚ ଓ ବରୀ ବିଧାୟିକା ପ୍ରତିନିଧ ହିମାଂଶୁ ନାୟକ ସମାନୀୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମିଶ୍ର ଙ୍କ ପାଲାକାର ଜୀବନି ଉପରେ ଆଲୋକପାତ କରିଥିଲେ । ଶ୍ରୀ ମିଶ୍ର ଏକାଧାରରେ ଜଣେ ପଣ୍ଡିତ , ସମାଜସେବୀ , ପାଲାଗାୟକ , ହୋମିଓପ୍ୟାଥି ଚିକିତ୍ସକ ଓ ଜ୍ୟୋତିର୍ବିଦ , ତାଙ୍କର ନିର୍ଭୁଲ ଗଣନା ଆଜି ବି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ପାଇଁ ବେଶ ସହାୟକ କରିପାରିଛି । ପ୍ରତ୍ୟହ ବହୁ ଲୋକେ ଓ କଳାକାର ମାନେ ତାଙ୍କ ନିକଟକୁ ବିଭିନ୍ନ କାର୍ୟ୍ୟ ନେଇ ଆସିଥାନ୍ତି ଓ ଶ୍ରୀ ମିଶ୍ର ମଧ୍ୟ ବ୍ୟକ୍ତିଗତ ଭାବେ ସେମାନଙ୍କ କାର୍ୟ୍ୟ ପୁରଣ ପାଇଁ ଜିଲାର ବିଭିନ ଅଧିକାରୀ ଙ୍କ ସହ ସମ୍ପର୍କ ରଖି କାର୍ୟ୍ୟରେ ସଫଳ ମଧ୍ୟ ହୋଇଥିବା ଜଣାପଡିଛି ।
ଅନ୍ୟମାନଙ୍କ ମଧ୍ୟରେ ଗାୟକ ଅଜୟ ଦାଶ, ବଟକୃଷ୍ଣ ବେହେରା , ଚକ୍ରଧର ଦାଶ , ପରମାନନ୍ଦ ଘଡାଇ , ସୂର୍ୟ୍ୟମଣି ପତି, ରବିନାରାଣ କର ପ୍ରମୁଖ ଉପସ୍ଥିତ ରହି ପାଲା ସମ୍ବନ୍ଧରେ ଓ ଶ୍ରୀଯୁକ୍ତ ଦାଶ ଙ୍କ ସତ୍ୟନାରାୟଣ ପାଲାକାର ସଙ୍ଘ ପ୍ରତି କର୍ତ୍ତବ୍ୟ ବିଷୟରେ ଅବଗତ କରିଥିଲେ । ବହୁ ବରିଷ୍ଠ ପାଲା ଗାୟକ ଓ ସହକର୍ମୀ ଆଜି କେନ୍ଦ୍ରୀୟ ହାରରେ ନିଜର ଭତା ପାଉଥିବା କଥା ମଧ୍ୟ ସେମାନେ ଉଲେଖ କରିଥିଲେ । ସୂଚନା ଅନୁଯାୟୀ ଏହି ଗୁରୁପୂଜନ କାର୍ୟ୍ୟକ୍ରମ ଗତ ୨୦୨୦ ମସିହାରୁ ଆରମ୍ଭ ହୋଇ ଆସୁଛି ଓ ଆଗାମୀ ଦିନ ମାନଙ୍କରେ ଏହି କାର୍ୟ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ର ସଭାପତି ଜଣାଇଛନ୍ତି ।
ପରିଶେଷରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରତିଭା ଧାରୀ ଗାୟକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ସନ୍ଧ୍ୟା ସମୟରେ ଗ୍ରାମବାସୀ ଙ୍କୁ ପୁରାଣ ବର୍ଣ୍ଣିତ ବିଷୟ ଗୁଡିକ ପାଲା ମାଧ୍ୟମରେ ପରିବେଷଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମ କୁ ବନୋଜ ମିଶ୍ର ଓ ସରୋଜ ମିଶ୍ର ପରିଚାଳନା କରିଥିଲେ । ସୂଚନା ଅନୁଯାଇ ଶ୍ରୀ ମିଶ୍ର ଅବସର ପରର ଏହି ପାଲା କିପରି ଆମ ଅଞ୍ଚଳରେ ଉଜ୍ଜୀବିତ ହୋଇ ରହିବ ଓ ପାଲା କାର ମାନେ କିପରି ଅସୁବିଧା କୁ ସରକାର ଙ୍କ ନିକଟରେ ଜଣାଇବେ ସେ ନେଇ ଏହି ସଙ୍ଘ ପ୍ରତିଷ୍ଠା କରିଥିଲେ ଓ ଏହି ସଂଘରେ ଅଧୁନା ବହୁ ସଦସ୍ୟ ସାମିଲ ହୋଇ ଜିଲା ର ବିଭିନ ଅଞ୍ଚଳରେ ବହୁ କାର୍ୟ୍ୟକ୍ରମ କରାଯାଇଛି । ଓଡ଼ିଶା ସକମାଚାର

Leave a Reply

Your email address will not be published.