ସର୍ବୋଚ୍ଚ ନମ୍ବର ରଖିଥିବା ମେଧାବୀ ଛାତ୍ର ସୁମିତ ସମ୍ମାନିତ
ମାହାଙ୍ଗା,୦୧/୦୩/୨୦୨୧(ଓଡ଼ିଶା ସମାଚାର)- କୁଆଁପାଳସ୍ଥିତ ଜେ. ଏନ. କଲେଜରେ ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ପାଳିତ ହୋଇଛି । ଏଥିରେ ରସାୟନ ବିଜ୍ଞାନର ମୁଖ୍ୟ ଡ଼ଃ. ଦିନ ରଞ୍ଜନ ଶତପଥୀ ସଭାପତିତ୍ଵ କରିଥିଲେ । କଲେଜର ଅଧକ୍ଷ ଶ୍ରୀଯୁକ୍ତ ପହ୍ଳବ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ବୈଜ୍ଞାନିକଙ୍କର ସାମାଜିକ ଦାୟିତ୍ଵ ବୋଧର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ଗୋଲକ ବିହାରୀ ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପିଲାମାନଙ୍କୁ ଗବେଷଣା ଧର୍ମୀ ମନୋଭାବ ସୃଷ୍ଟି କରିବା ପାଇଁ ଉତ୍ସାହିତ କରିଥିଲେ । କଲେଜର ଗଣିତ ବିଭାଗର ମୁଖ୍ୟ ଶଶୀଭୂଷଣ ସ୍ୱାଇଁ, ପଦାର୍ଥ ବିଜ୍ଞାନର ମୂଖ୍ୟ ଅଶୋକ କୁମାର ସିଂହ, ଉଦ୍ଭିଦ ବିଭାଗର ମୂଖ୍ୟ ଅଜୟ କୁମାର ମହାପାତ୍ର ସଭାରେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଭିନ୍ନ ଭିନ୍ନ ପ୍ରାଚୀର ପତ୍ର ପଦର୍ଶନ ଅତି ଉଚ୍ଚକୋଟିର ହୋଇଥିଲା । ଏଥିରେ ଉଦ୍ଭିଦ ବିଜ୍ଞାନ ବିଭାଗର ବିଜୟ କୁମାର ସାହୁ, ପଦାର୍ଥ ବିଜ୍ଞାନର ଜିତେଶ କୁମାର ମହାନ୍ତି, ରସାୟନ ବିଜ୍ଞାନର ପ୍ରଦୀପ୍ତ କୁମାର ସୁତାର, ବିଜ୍ଞାନ ବିଭାଗର କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ସଭା ପରିଚାଳନାରେ ସହଯୋଗ କରିଥିଲେ । +୨ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ସୁମିତ କୁମାର ସିହ୍ନାଙ୍କୁ ନଗଦ ଅର୍ଥରାଶି, ଟ୍ରଫି ଓ ମାନପତ୍ର ପ୍ରଦାନ କରି ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଶେଷରେ ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳୀ ଆର୍ୟ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।ଓଡ଼ିଶା ସମାଚାର