Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / କରୋନା ଟୀକା କରଣ ରେ ଅନିୟମିତା ଅଭିଯୋଗ

କରୋନା ଟୀକା କରଣ ରେ ଅନିୟମିତା ଅଭିଯୋଗ

ପାଟକୁରା, ୦୧/୦୩/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଅଂଚଳରେ କରୋନା ଟୀକା କରଣ ରେ ବହୁ ଅନିୟମିତା ଅଭିଯୋଗ ହୋଇଛି । ଆଜି ମାର୍ଚ୍ଚ ପହିଲାରେ ସମଗ୍ର ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ଟୀକାକରଣ ପାଇଁ ସରକାର ସୂଚନା ଦେଇଛନ୍ତି । ହେଲେ ପାଟକୁରା ଅଂଚଳରେ ଏଥିରେ ବହୁ ଅନିୟମିତତା ଦେଖାଦେଇଛି । ଅନଲାଇନ୍ ରେ ପଂଜିକରଣ କଲେ ଯେଉଁସବୁ ଟୀକାକରଣ କେନ୍ଦ୍ର ର ସୂଚନା ମିଳୁଛି, ତାହା ର ଠିକଣା ସବୁ ଭୁଲ । ଅନଲାଇନ୍ ରେ ରେଜିଷ୍ଟ୍ରେସନ୍ କଲେ ବୟସ ପ୍ରମାଣ , ପୁରୁଷ କି ମହିଳା , ଜନ୍ମ ବର୍ଷ ଓ ପିନକୋର୍ଡ଼ ନମ୍ବର ଦେବାକୁ ପଡ଼ୁଛି । ତେଣ୍ଡାକୁଡ଼ା ର ପିନକୋର୍ଟ ନମ୍ବର ୭୫୪୧୩୪ ହୋଇଥିବାବେଳେ ତେଣ୍ଡାକୁଡ଼ା ଅଂଚଳର ଦୁଇ ଜଣ ବରିଷ୍ଠ ନାଗରିକ (ଜଣେ ପୁରୁଷ ଓ ଜଣେ ମହିଳା) ଅନଲାଇନ୍ ରେ ପଂଜିକରଣ କରିଛନ୍ତି । ହେଲେ ତେଣ୍ଡାକୁଡ଼ା ଅଂଚଳରେ ଟୀକା କରଣ କେନ୍ଦ୍ର ଗୋଟିଏ ହେଲେ ନାହିଁ । ଯେଉଁ ଟୀକାକରଣ କେନ୍ଦ୍ର ର ସୂଚନା ମିଳୁଛି ତାହା ସବୁ ଭୁଲ । ଯଥା: ପାଟକୁରା ସିଏଚସି, ଆଳି, କେନ୍ଦ୍ରାପଡ଼ା , ପିନକୋର୍ଡ଼ ୭୫୪୧୩୪ (ପିନ୍କୋର୍ଡ଼ ନମ୍ବର ଟି ତେଣ୍ଡାକୁଡ଼ା ଡ଼ାକରଘରର) । ଏବେ ଦେଖନ୍ତୁ ପୋଟକୁରା କୁଆଡ଼େ, ଆଳି କୁଆଡ଼େ ଆଉ ତେଣ୍ଡାକୁଡ଼ା କୁଆଡ଼େ । ଏ ସମ୍ପର୍କରେ ସମ୍ପୃକ୍ତ ବରିଷ୍ଠ ନାଗରିକ କେନ୍ଦ୍ରାପଡ଼ା ଜିଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାଛଡ଼ା ପାଟକୁରା ସିଏଚସି କୁ ପଚାରିବାରୁ ପଂଚାୟତୱାରି ପାଟକୁରା ସିଏଚସି ରେ ଟୀକା ଦିଆଯିବ । ଏଠାରେ ପ୍ରଶ୍ନ ଉଠେ ସହଯେ ଲୋକମାନେ ଟୀକା ନେବାକୁ ଇଛାକରୁନାହାନ୍ତି । ଏହି ଗ୍ରୀଷ୍ମ ରେ ଯଦି ଜଣେ ବରିଷ୍ଠ ନାଗରିକକୁ ଏହି ଟୀକା ନେଦବାକୁ ୩୦ କିଲୋମିଟର ବାଟ ଯିବାକୁ ପଡ଼ିବ ତେବେ ସେ ବରିଷ୍ଠ ନାଗରିକମାନେ ଟୀକା ନେବାକୁ ଯିବେ ତ? । ଯିଏ ଟୀକା ନେବାକୁ ଇଛା କରୁଛନ୍ତି, ତାଙ୍କୁ ଟୀକା ଦେଉନାହାନ୍ତି । ଏହା ଘରୋଇ ହସପିଟାଲ ଆଡ଼କୁ ଯିବା ପାଇଁ ପରୋକ୍ଷରେ ସୂଚାଉଛି ବୋଲି ବରିଷ୍ଠ ନାଗରିକମାନେ ପ୍ରଶ୍ନ ଉଠାଇଛନ୍ତି । ଏଥିପ୍ରତି କେନ୍ଦ୍ରାପଡ଼ା ଜିଲାପାଳ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚୀବ, ସ୍ୱାସ୍ଥ୍ୟ ମନ୍ତ୍ରୀ , ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.