ନିରାକାରପୁର, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ମା ମଙ୍ଗଳା ପ୍ପୋଟିଙ୍ଗି କ୍ଲବ ଟାେଙ୍କାଳ ଆନୁକୂଲ୍ୟରେ ୩ବର୍ଷିକ ଜିଲ୍ଲାସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ୧୧ଷ୍ଟାର ପ୍ପୋଟିଙ୍ଗି କ୍ଲବ କଡବ ବନାମ ୭୨ଷ୍ଟାର କ୍ଲବ ଠଣାପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳର ଖୋଳାଳୀ ଅତି ରୋମାଚଂକ କ୍ରୀଡା ପ୍ରଦର୍ଶନ କରିଥିଲେ । ଫଳରେ ଉଭୟ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାଉପରେ ଗୋଲ କରିପାରିନଥିଲେ । ଫଳରେ ଟ୍ରାଇବ୍ରେକର ଜରିଆରେ କ୍ରୀଡାର ନିର୍ଦ୍ଧାରଣ କରାଯାଇ ୭-୬ରେ ୭୨ଷ୍ଟାର କ୍ଲବ ଠଣାପଲ୍ଲୀ ଚଳିତ ବର୍ଷ ପାଇଁ ଚମ୍ପିଆନ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ସମାଜସେବୀ ସଂଜୟ ପଟ୍ଟନାୟକ,ପୂର୍ବତନ ଜିଲ୍ଲା କଂଗ୍ରେସ ଉପସଭାପତି ବିଶ୍ୱଭୂଷଣ ଛୋଟରାୟ,ପିସିସି ମୁଖପାତ୍ର ଅମିତ୍ି ମାହାନ୍ତ.ଯୁବସଂଗଠକ ଶିଳ୍ପାଦିତ୍ୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଓ ରନର୍ସ ଦଳକୁ ନଗଦ ଅର୍ଥରାଶି ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚିତରଞ୍ଜନ ପରିଡା, ଶରତ ଚନ୍ଦ୍ର ଛୋଟରାୟ,ସୁକାନ୍ତ ପ୍ରଧାନ,ବଟକୃଷ୍ଣ ସାହୁ ପ୍ରମୁକ ଖେଳ ପରିଚାଳନା କରିଥିବା ବେଳେ ଧର୍ମାନନ୍ଦ ମୁଦୁଲୀ,ଦିଲ୍ଲିପ କୁମାର ସେଠୀ,ରାମଚନ୍ଦ୍ର ମିଶ୍ର,ବଟକୃଷ୍ଣ ସାହୁ,ପ୍ରଶନ୍ନ କୁମାର ପାଟ୍ଟଜୋଶୀ,ବିଭୂନାରାୟଣ ମିଶ୍ର,ଦିଲ୍ଲୀପ କୁମାର ବଳିଆରସିଂହ,ତୋଫାନ ସେଠୀ,ଦେବରାଜ ମହାରଣା ପ୍ରମୁଖ କ୍ରୀଡାରେ ସକ୍ରିୟ ଭାବେ ସହଯୋଗ କରିଥିଲେ । ମା ମଙ୍ଗଳା ପ୍ପୋଟିଙ୍ଗି କ୍ଲବର ସଭ୍ୟ ମାନେ ବାଜା ବାଣ ରୋଷଣିରେ ମୁଖ୍ୟ ଅତିଥିଙ୍କୁ ଗାଁ ମୁଣ୍ଡ ବିଦ୍ୟାଳୟ ଠାରୁ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ଓଡ଼ିଶା ସମାଚାର