Sunday , April 2 2023
Breaking News
Home / ସ୍ୱାସ୍ଥ୍ୟ / ସ୍ୱାସ୍ଥ୍ୟ କର୍ମୀଙ୍କ ହାତରେ ବଡପୋଖରିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ସ୍ୱାସ୍ଥ୍ୟ କର୍ମୀଙ୍କ ହାତରେ ବଡପୋଖରିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

           ନାହାନ୍ତି ନିୟମିତ ଡାକ୍ତର,ସ୍ୱାସ୍ଥ୍ୟସେବା ଠପ

ଖୋର୍ଦ୍ଧା, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ଟାଙ୍ଗୀ ବ୍ଲକ ବଡପୋଖରିଆ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନିୟମିତ ଭାବେ ଡାକ୍ତର ଆସୁ ନାହାନ୍ତି । ପୂର୍ବରୁ ସପ୍ତାକହୁ ତିନି ଦିନ ସୋମ,ବୁଧ ଓ ଶୁକ୍ର ତିନି ଦିନ ଆସୁଥିଲେ । ଏବେ ଜମା ଆସୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସେହିପରି ପାର୍ମାସିଷ୍ଟ ଓ ଏଏନଏମ ନାହାନ୍ତି । ଜଣେ ସ୍ୱାସ୍ଥ୍ୟକର୍ମୀ ରୋଗୀଙ୍କୁ ଦେଖି ଔଷଧ ଦେଉଥିବା ଦେଖାଯାଉଛି । ସେହିପରି କାର୍ଯ୍ୟରତ ଆୟୁଷ ଡାକ୍ତର ବି ଆସୁନାହାନ୍ତି । ସେ ଚାକିରିରୁ ଇସ୍ତଫା ଦେଇଦେଇଥିବା କଥା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଖ ପାଖ ଅଂଚଳର ଲୋକ ମାନେ ସ୍ୱାସ୍ଥ୍ୟ ସେବା ପାଇଁ କ୍ୱାକ୍ ମାନଙ୍କ ଉପରେ ନିର୍ଭର କରୁଛନ୍ତି । ସାମାନ୍ୟ ଅସୁସ୍ଥ ହେଲେ କ୍ୱାକ ନହେଲେ ମେଡିସିନ ଦୋକାନି ପାଖକୁ ଯାଉଛନ୍ତି । ଡାକ୍ତରଖାନା ପରିସରରେ ଡାକ୍ତର,ଫାମାସିଷ୍ଟ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ରହିବାକୁ ଆବଶ୍ୟକ ଘର ରହିଛି । ତେବେ ଜରୁରୀ ସେବା ପାଇଁ ନିୟମିତ ଡାକ୍ତର ରହୁନାହାନ୍ତିି । କୋଭିଡ ପାଇଁ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଠାରେ ଡାକ୍ତରନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । କମାଗୁରୁ,ଅଚୁ୍ୟତପୁର ପାଟଣା,ନୂଆଗଡ ଓ ବଡପୋଖରିଆ ଆଦି ପ୍ରାୟ ୪ ଖଣ୍ଡ ପଂଚାୟତର ପ୍ରାୟ ୧୫ହଜାରରୁ ଉର୍ଦ୍ଧ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ଡାକ୍ତରଖାନା ଅନତିଦୂରରେ  ୧୬ନମ୍ବର ଜାତୀୟ ରାଜପଥ ଯାଇଛି । ଟାଙ୍ଗୀ ଠାରୁ ମଳିପଡା ମଧ୍ୟରେ ଜାତୀୟରାଜପଥ ପାର୍ଶ୍ୱରରେ  ବଡପୋଖରିଆରେ ଏକ ମାତ୍ର ଡାକ୍ତରଖାନା ରହିଛି । ଦୂର୍ଘଟଣା ଜନିତ ଘଟଣାରେ ପ୍ରାଥମିକ ଚିକିସôାରୁ ଲୋକେ ବଂଚିତ ହେଉଛନ୍ତି । ସେହିପରି ରାତ୍ରକାଳୀନ ସେବା ପାଇଁ କେହି ଡାକ୍ତର କିମ୍ବା ଫାର୍ମାସିଷ୍ଟ ହେଡକ୍ୱାଟର୍ସରେ ରାତିରେ ରହୁନାହାନ୍ତି । ସେହିପରି ସୁଇପର ପଦ ମଧ୍ୟ ଖାଲିଅଛି । ଜଣେ ନିୟମିତ ଡାକ୍ତର ଓ ଖାଲିଥିବା ଫାର୍ମାସିଷ୍ଟି ଓ ଅନ୍ୟାନ ପଦବୀ ଗୁଡିକ ପୂରଣ କରିବାକୁ ବଡପୋଖରୀଆ ଗ୍ରାମବାସୀଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲାପାଳ ଓ ଜିଲାମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରାଯାଇଛି । ଏନେଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡା.ଜିତେନ୍ଦ୍ର କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ସେ କହିଲେ ଜଣେ ଡାକ୍ତର ଟ୍ରେନିଂ ଆଦି ପଡିଲେ ବାହାରକୁ ଗଲେ ସ୍ୱାସ୍ଥ୍ୟକର୍ମୀ ମେଡିକାଲ ଖୋଲୁଛନ୍ତି । ଅନ୍ୟ ଖାଲିପଡିଥିବା ପଦବୀ ଗୁଡିକ ସହ ଏ ବିଷୟରେ ରେ  ଜିଲାମୁଖ୍ୟ ଚିକିତ୍ସାଧିକାରୀ ଅବଗତ ଅଛନ୍ତି, ସେ ଯାହା ନିଷ୍ପତିନେବେ । ଓଡ଼ିଶା ସମାଚାର

Leave a Reply

Your email address will not be published.