Wednesday , March 29 2023
Home / ତାଜା ଖବର / ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟରେ ନିଆଁ ଲାଗିଛି

ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟରେ ନିଆଁ ଲାଗିଛି

କଟକ , ୨୮/୦୨/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲ୍ଲା ନରସିଂହପୁର ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟରେ ଲାଗିଲା ନିଆଁ । ରବିବାର ଉଦଯାପିତ ହେବା ପୂର୍ବରୁ ପର୍ୟ୍ୟଟକ ରହୁଥିବା ଟେଣ୍ଟ ସବୁ ନିଆଁ ଲାଗି ପୋଡିଯାଇଛି ।
ପ୍ରାଥମିକ ସୂଚନା ଅନୁସାରେ, ଭୋର ପ୍ରାୟ ସାଢ଼େ ୫ଟା ବେଳେ ଜିଲିଣ୍ଡା ରେଞ୍ଜରେ ଥିବା ଇକୋରିଟ୍ରିଟର ୩ଟି ଟେଣ୍ଟରେ ହଠାତ ନିଆଁ ଲାଗି ଯାଇଥିଲା। ରବିବାର ଇକୋ ରିଟ୍ରିଟ ଶେଷ ହୋଇଥାନ୍ତା । କିନ୍ତୁ ଭୋର ସମୟରେ ହଠାତ ତିନୋଟି ଟେଣ୍ଟରେ ନିଆଁ ଲାଗି ଯାଇଥିଲା । ଟେଣ୍ଟ ଭିତରେ ରାତ୍ରି ଯାପନ କରୁଥିବା ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ତାଙ୍କ ପତ୍ନୀ ଘରୋଇ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷୀ ବାଲା ଅଳ୍ପକେ ବର୍ତ୍ତିଯାଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ। ଏହି ଅଗ୍ନିକାଣ୍ଡକୁ ନେଇ ପର୍ୟ୍ୟଟକମାନେ ଭୟଭିତ ଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନାରୁ ଜଣାପଡିଛି । ନରସିଂହପୁର ରୁ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରୁଛନ୍ତି । ସ୍ଥାନୀୟ ବିଧାୟକ ବେବୀ ମିଶ୍ର ଓ ତହସିଲଦାର ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.