ପାରାଦୀପ ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପାରାଦୀପ ବନ୍ଦର ମଧ୍ୟରେ ଗୋପବନ୍ଧୁ ଷ୍ଟାଡିୟମରେ ରବିବାର ପାରାଦୀପ ବନ୍ଦର କ୍ରୀଡା ପରିଷଦ ଦ୍ୱାରା ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା ।ଏହି ମ୍ୟାଚ୍ କୁ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଉଦଘାଟନ କରିଥିଲେ । ଗୋପବନ୍ଧୁ ଷ୍ଟାଡିୟମରେ ରବିବାର ପାରାଦୀପ ବନ୍ଦର କ୍ରୀଡା ପରିଷଦ ଦ୍ୱାରା ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା ।ଏହି ମ୍ୟାଚ୍ କୁ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଉଦଘାଟନ କରିଥିଲେ । ଗୋପବନ୍ଧୁ ଷ୍ଟାଡିୟମରେ ରବିବାର ପାରାଦୀପ ବନ୍ଦର କ୍ରୀଡା ପରିଷଦ ଦ୍ୱାରା ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା ।ଏହି ମ୍ୟାଚ କୁ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଉଦଘାଟନ କରିଥିଲେ । ସୀମିତ ୨୦ଓଭର ମ୍ୟାଚରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ପାରାଦୀପ ଶାଖା ପ୍ରଦୂଷଣ ବୋର୍ଡ ୧୬୨ରନ୍ ସ୍କୋର କରିଥିଲା । ଏହାର ଜବାବରେ ପାରାଦୀପ ବନ୍ଦର ୨୦ଓଭରରେ ୧୨୧ ରନ୍ ସ୍କୋର କରି ପରାଜୟ ବରଣ କରିଥିଲା । ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପ୍ରଦୂଷଣ ବୋର୍ଡ କୁ ଚମ୍ପିଆନ୍ ଟ୍ରଫି ଓ ପାରାଦୀପ ବନ୍ଦର ଦଳକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦର ସ୍ପୋର୍ଟ୍ସ ଉପଦେଷ୍ଠା ରବି ଦାସ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯାମିନୀ ମହାନ୍ତି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
Check Also
୭ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ ହେବ ହୋଲସେଲ ମାର୍କେଟ
କେନ୍ଦ୍ରାପଡ଼ା, ୨୧/୦୪/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡ଼ା ସହର ଉପକଣ୍ଠ ଜମଧର ଗ୍ରାମପଂଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆର.ଏମ.ସି.) ପରିସରରେ …