Tuesday , March 21 2023
Breaking News
Home / ବିଶେଷ / ବ୍ଲକ୍ ହେଡ଼କ୍ୱାଟର ପଂଚାୟତରେ ଲୋକଙ୍କୁ ମିଳୁନି ସ୍ୱଛ ପାନୀୟଳ ବ୍ୟବସ୍ଥା – ଦେଢ଼ଶହ ପରିବାର ପାଇଖାନା ରୁ ବଂଚିତ

ବ୍ଲକ୍ ହେଡ଼କ୍ୱାଟର ପଂଚାୟତରେ ଲୋକଙ୍କୁ ମିଳୁନି ସ୍ୱଛ ପାନୀୟଳ ବ୍ୟବସ୍ଥା – ଦେଢ଼ଶହ ପରିବାର ପାଇଖାନା ରୁ ବଂଚିତ

ତାରପୁର, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ବ୍ଲକ୍ ହେଡ଼କ୍ୱାଟର ରଘୁନାଥପୁର ପଂଚାୟତରେ ସରକାରଙ୍କ ବସୁଧା ଯୋଜନାରେ ସ୍ୱଛ ପାନୀୟ ଜଳ ମିଳୁନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପଂଚାୟତରେ ରଘୁନାଥପୁର, ଚାନ୍ଦପୁର, କୁଆମଙ୍ଗା, ସୁଦଭୂଇଁ, କୋରକୋର, ଅଯୋଧ୍ୟାପୁର ଆଦି ୬ ଗୋଟି ରାଜସ୍ୱ ଗ୍ରାମର ୧୯ ଗୋଟି ୱାର୍ଡ଼ରେ ୮ ହଜାର ରୁ ଅଧିକ ଲୋକ ବସବାସ କରନ୍ତି । ତେବେ କୋକୋରର ଗୋଟିଏ ୱାର୍ଡ଼ ଓ ଅଯୋଧ୍ୟାପୁର ରାଜସ୍ୱ ଗ୍ରାମ ସମେତ ଅନ୍ୟ କେତୋଟି ଗ୍ରାମକୁ ପାଇପ ଲାଇନ୍ ଥିଲେ ବି ଏଠାକୁ ପାନୀୟ ଜଳ ପହଂଚି ପାରୁନାହିଁ । ଏହି ପଂଚାୟତରେ ଗୋଟିଏ ଓଭରହେଡ଼୍ ପାଣିଟାଙ୍କି ଗ୍ରାମ୍ୟ ଜଳଯୋଗାଣ ଅଫିସ ନିକଟରେ ଥିବାବେଳେ ସଦ୍ୟ କୋରକୋର ଠାରେ ଆଉ ଏକ ଓଭରହେଡ଼ ପାଣିଟାଙ୍କି କାର୍ଯ୍ୟ କରୁଛି । ପାନୀୟ ଜଳ ର ପରିଚାଳନାଗତ ତୃଟି ଯୋଗୁ ଅନେକ ସ୍ଥାନରେ ନଳକୂପ ଷ୍ଟାଣ୍ଡପୋଷ୍ଟ ଓ ପାଇପ୍ ଲାଇନ୍ ଗୁଡ଼ିକ ନଷ୍ଟ ହୋଇ ଗଲାଣି । ଏ ବିଷୟରେ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କଲେମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ସେମାନେ ପ୍ରକାଶ କରିଛନ୍ତି । ପଂଚାୟତର ୭୫ ପ୍ରତିଶତ ପରିବାରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂଯୋଗ ହୋଇନଥିବା ସ୍ଥାନୀୟ ସରପଂଚ ପ୍ରମୋଦ କୁମାର ଜେନା ପ୍ରକାଶ କରିଛନ୍ତି । ରଘୁନାଥପୁର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିବାବେଳେ ଏହି ପଂଚାୟତରେ ପାନୀୟ ଜଳ ପରିଚାଳନା ବିପର୍ଯ୍ୟସ୍ତ ହେବା ପରିତାପର ବିଷୟ ବୋଲି ବୁଦ୍ଧିଜିବୀମାନେ ପ୍ରକାଶ କରିବା ସହିତ ଠିକାଦାରଙ୍କ ସହିତ ଯନ୍ତ୍ରୀଙ୍କ ସଲାସୁତୁରା ଥିôବାରୁ ପଂଚାୟତରେ ନିମ୍ନମାନର ପାଇପ୍ ଓ ଷ୍ଟାଣ୍ଡ ପୋଷ୍ଟ ଲାଗୁଥିବାରୁ ତାହା ଖୁବ କମ୍ ଦିନେ ନଷ୍ଟ ହୋଇଯାଉଥିବାବେଳେ ପଂଚାୟତରେ ଥିବା ଟେକନିସିଆନମାନେ ଏଗୁଡ଼ିକର ଦାୟିତ୍ୱ ନେଉନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ସେହିପରି ଏହି ପଂଚାୟତରେ ଦେଢ଼ଢ଼ଶହ ପରିବାର ସ୍ୱଛ ଭାରତ ମିଶନ ରେ ପାଇଖାନା ପାଇବାରୁ ବଂଚିତ ହୋଇଥିବାବେଳେ ଉକ୍ତ ବିଷୟ ସ୍ଥାନୀୟସରପଂଚ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇଥିଲେ ବି ତାଙ୍କ କଥା ପରେ ବୁଝାଯିବ ବୋଲି ଯନ୍ତ୍ରୀ କହିଥିବା ସେ ଅଭିଯୋଗ କରିଛନ୍ତି । ଆଗକୁ ଖରାର ତାତି ବଢ଼ିବା ସହିତ ସ୍କୁଲ ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ଦେବାକୁ ଥିବାବେଳେ ଜଗତସିଂହପୁର ଜିଲାପାଳ ଏହାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଂଚାୟତବାସୀଙ୍କ ତରଫଫରୁ ବାରିକ ନୀରଂଜନ ଅର୍ପଣ, ସଂଜୟ ମଲିକ, ଶ୍ରୀନିବାସ ପଣ୍ଡା,ପାପାଲି ରଥା ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.