Wednesday , March 29 2023
Home / ଶିକ୍ଷା / ପ୍ରଶାନ୍ତ କୁମାର ଦାଶ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସଭ୍ୟ ମନୋନୀତ

ପ୍ରଶାନ୍ତ କୁମାର ଦାଶ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସଭ୍ୟ ମନୋନୀତ

ଗରଦପୁର, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ କୋରୁଆ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାଶ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସଭ୍ୟ ମନୋନୀତ ହୋଇଛନ୍ତି । କୁଳାଧିପତିଙ୍କ ଅତିରିକ୍ତ ସଚିବଙ୍କ ଚିଠି ଅନୁଯାୟୀ ଶ୍ରୀ ଦାଶଙ୍କୁ ସିଣ୍ଡିକେଟ୍ର ସଭ୍ୟ ଭାବେ ମନୋନୀତ କରାଯାଇଥିବାରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ୟାମଳି ମହାପାତ୍ର ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସ୍ୱାଗତ କରିଛନ୍ତି । ଏପରିକି ବିଶ୍ୱବିଦ୍ୟାଳୟର ଉନ୍ନତି ନିମନ୍ତେ ତାଙ୍କର ମୂଲ୍ୟବାନ ମତାମତ ଓ ସହଯୋଗ କାମନା କରିଛନ୍ତି । ଶ୍ରୀ ଦାଶ ଏହି ପଦବୀ ପାଇବା ପରେ ବିଶ୍ୱବିଦ୍ୟାଳୟର କୁଳାଧିପତି, କୁଳପତି ଓ ରେଜିଷ୍ଟ୍ରାରଙ୍କୁ କୃତଜ୍ଞତା ଜଣାଇଥିବାବେଳେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଶ୍ରୀ ଦାଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.