Saturday , March 25 2023
Breaking News
Home / ବିଶେଷ / ପୂର୍ବତନ ସରପଚଙ୍କ ଅକାଳ ବିୟୋଗରେ ନିରବ ପ୍ରାର୍ଥନା

ପୂର୍ବତନ ସରପଚଙ୍କ ଅକାଳ ବିୟୋଗରେ ନିରବ ପ୍ରାର୍ଥନା

ନିରାକାରପୁର, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ନିରକାରପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ତଥା ନିରାକାରପୁର ସଖାସଂଘ କି୍ରଡା ସଂସଦର ପୂର୍ବତନ ସଭାପତି ଘନଶ୍ୟାମ ପାଇକରାୟଙ୍କର ଅକାଳ ବିୟୋଗରେ ଆଜି ସଂସଦ ଗୃହରେ ସଂସଦର ସଭାପତି ବିପିନ କୁମାର ଜୟସିଂହ ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ପାଇକରାୟଙ୍କର ସୃୁତି ଉଦେଶ୍ୟରେ ସଦସ୍ୟ ମାନେ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ । ସେ ଜଣେ ନିଷ୍ଠାପର ସରଳ ସ୍ନେହିଁ ଓ ଖେଳ ପ୍ରେମି ମିଣିଷ ଥିଲେ ବୋଲି ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ଲଛମନ ନାୟକ,ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ, ହିମାଂଶୁ ଭୁଷଣ ଚମ୍ପତିରାୟ, ଶ୍ୟାମ ସୁନ୍ଦର ପଟ୍ଟ ନାୟକ, ଦିପକ ପ୍ରଧାନ,ବିକ୍ରମ କେଶରୀଭାଉ ,ଭାଗିରଥି ପ୍ରଧାନ,ପୂର୍ବତନ ରାନେଶ୍ୱର ସମିତି ସଭ୍ୟ ଲକ୍ଷ୍ମଣ ମଙ୍ଗରାଜ,ଶିକ୍ଷାବିତ ପ୍ରଶାନ୍ତ ପାଟ୍ଟଶାଣୀ, ବର୍ଷିଆନ ନେତା ଚରଣ ଦଳେଇ,ସୂର୍ଯ୍ୟମଣି ମହାନ୍ତି,ସୁଧାଂଶ ଶେଖର ମହାନ୍ତି । ପ୍ରକାଶ ମିଶ୍ର, ଶିକ୍ଷାବିତ କମୋଳ ଲୋଚନ ପ୍ରଧାନ,ମହେଶ୍ୱର ବେହେରା, ହରିହର ସିଁ, ବିଶ୍ୱନାଥ ବେହେରା, ଭରତ ପ୍ରଧାନ, ବସନ୍ତ ରଣବିର, ଉମେଶ ଚନ୍ଦ୍ର ମିଶ୍ର ଓ ମନୋଜ ପ୍ରଧାନ ଆଦି ସଦସ୍ୟ ମାନେ ଉକ୍ତ ସଭାରେ ଯୋଗ ଦେଇ ମୃତ ପାଇକରାୟଙ୍କ ବିଷୟରେ ଆଲୋକ ପାତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.