Thursday , March 23 2023
Home / ବିଶେଷ / ପୁରୁଣା ବସଷ୍ଟାଣ୍ଡ ବିଦୁ୍ୟତ ସବଷ୍ଟେସନରେ କର୍ମଚାରୀଙ୍କ ଅବହେଳା ଅଭିଯୋଗ

ପୁରୁଣା ବସଷ୍ଟାଣ୍ଡ ବିଦୁ୍ୟତ ସବଷ୍ଟେସନରେ କର୍ମଚାରୀଙ୍କ ଅବହେଳା ଅଭିଯୋଗ

କେନ୍ଦ୍ରାପଡା,୨୮/୦୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡରେ ଥିବା ବିଦୁ୍ୟତ ସବଷ୍ଟେସନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଗୁରୁତର ଅବହେଳା ସମ୍ପର୍କରେ ସ୍ଥାନୀୟ ବଜାର କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତ କିଛିଦିନ ହେବ ପୁରୁଣା ବସଷ୍ଟାଣ୍ଡରେ ଥିବା ବିଦୁ୍ୟତ ସବଷ୍ଟେସନରେ କୌଣସି ବିଦୁ୍ୟତ କର୍ମଚାରୀ ରହୁନଥିବା ବେଳେ ଜରୁରୀ ଆବଶ୍ୟକତା ସମୟରେ ବିଦୁ୍ୟତ ଉପଭୋକ୍ତାମାନେ ଖୋଜିଲେ ସେଠାରେ ଜଣେବି କର୍ମଚାରୀଙ୍କୁ ପାଉନଥିବା ଅଭିଯୋଗ ହୋଇଛି । ବିଦୁ୍ୟତ ସମ୍ପର୍କୀୟ ସହାୟତା ପାଇବା ନିମନ୍ତେ ଏପରିିକି ରାତିରେ ମଧ୍ୟ ସେଠାରେ କୈାଣସି ବିଦୁ୍ୟତ କର୍ମଚାରୀଙ୍କୁ ପାଇବା ସମ୍ଭବ ହେଉନାହିଁ ବୋଲି ଅଭିଯୋଗ ହୋଇଛି । ଫଳରେ ଉପଭୋକ୍ତାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଦାୟୀତ୍ୱରେ ଅବହେଳା କରୁଥିବା ବିଦୁ୍ୟତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଜାର କମିଟି ପକ୍ଷରୁ ମୀର ଆବୁ ଓବେଦା, ହିବଜୁର ରହେମାନ, ଟିକା ଖାଁ, ମୀର ୟାସିର ଆରାଫତ, ମହମ୍ମଦ ଆଝାରୁଦ୍ଧିନ, ସେକ ଇଜାଜ ଅଲ୍ଲୀ, ସେକ ରଫିକ, ମହମ୍ମଦ ଇମ୍ରାନ, ସେକ ତାଲିବ, ସେକ ସାଜିଦ, ମହମ୍ମଦ ମୋଜାମିଲ,ମୀର ସଦାମ ହୋସେନ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.