ପାରାଦୀପ ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ୧୯୮୪ ବ୍ୟାଚର ୫ମ ବନ୍ଧୁ ମିଳନ ମହୋତ୍ସବ ସ୍ଥାନୀୟ ହୋଟେଲ୍ ଗୋଲଡେନ୍ ଆଙ୍କର ପରିସରରେ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପାରାଦୀପ ତଥା ଓଡିଶାର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ୧୯୮୪ ବ୍ୟାଚ୍ ର ୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ମାନେ ଯୋଗଦେଇ ନିଜ ପିଲା ବେଳର ସ୍ମୃତି ଚାରଣ କରିଥିଲେ । ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ପାରାଦୀପରେ ଆୟୋଜନ କରିବାର ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇ ଆସନ୍ତା ବର୍ଷ ଅଧିକରୁ ଅଧିକ ବନ୍ଧୁ ଓ ବାନ୍ଧବୀଙ୍କୁ ଯୋଗାଯୋଗ କରି ଅହୁରି ଆକୃଷ୍ଟ ଏବଂ ସ୍ମରଣୀୟ କରିବା ପାଇଁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୃସିଂହ ଶତପଥି, ପ୍ରକାଶ ମହାନ୍ତି, ମନୋଜ ବେହେରା, ନଳିନୀ ସାହୁ, ଶଶାଙ୍କ ଆଚାର୍ଯ୍ୟ, ଅଶୋକ ମହାପାତ୍ର, ମିର୍ଜା ବେଗ୍, ସଞ୍ଜିବ ସାହୁ, ଆଦିତ୍ୟ ରାଉତରାୟ, ରବିନ୍ଦ୍ର ଜେନା, ସ୍ମୃତିରେଖା ପଣ୍ଡା, ସଞ୍ଜୟ ମଲ୍ଲ, ତୁଷାର କାନ୍ତ ଭୋଇ, ଯ୍ୟୋସ୍ନା ନାୟକ, ସୁଶାନ୍ତ ବର୍ମନ, ପ୍ରମୋଦ ସାହୁ, ଦୀଲ୍ଲିପ ସାମଲ ଓ ଅନ୍ୟ ବନ୍ଧୁ ମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର