ସମ୍ବଲପୁର, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ସମ୍ବଲପୁର ମଣ୍ଡଳ କାରାଗାର ର ନିଶାସକ୍ତ ୱାର୍ଡର ଅଶୋକ ଥାଟିଙ୍କ ଆକ୍ରମଣରେ ଜେଲର ଙ୍କ ସମେତ ଜେଲର ଦୁଇ କର୍ମଚାରୀ ଆହତ ହୋଇଛନ୍ତି । ଏନେଇ ଧନୁପାଲି ଥାନାରେ ଜେଲର ଅଭିଯୋଗ କରିବା ପରେ ଅଶୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛଇ । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ୱାର୍ଡର ଅଶୋକ ଥାଟି ମଦ ପିଇ ଜେଲ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହି ସମୟରେ ଜେଲର ନିଶାସକ୍ତ ୱାର୍ଡର ଅଶୋକ ଥାଟି ଙ୍କୁ ବୁଝାସୁଝା କରିଥିଲେ। ହେଲେ ସେ ବୁଝିବା ଅବସ୍ଥାରେ ନଥିଲେ । ଜେଲରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମାଡ ମାରିଥିଲେ । ଏପରିକି ଅଶୋକଙ୍କ ଆକ୍ରମଣରେ ଅନ୍ୟ ଦୁଇ କର୍ମଚାରୀଙ୍କ ମୁହଁ ଫାଟି ଯାଇଥିବା ଜଣାପଡିଛି । ଏ ନେଇ ଜେଲର ଧନୁପାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର