କିଶନନଗର ,୨୮/୦୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କିଶନ ନଗର ମହାନଦୀ ବନ୍ଧ ପାଲଟିଛି ମରଣଯନ୍ତା । ଏହି ନଦୀ ବନ୍ଧ ରାସ୍ତା କିଶନ ନଗର ଇରିଗେସନ୍ ସବ୍ ଡିଭିଜନର ଅଧିନସ୍ଥ ଆୟତପୁରରୁ ଠାରୁ ବାଙ୍କଳ ପର୍ୟ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ଵ ରହିଥିବା ବେଳେ ବର୍ତମାନ, ପରିତାପର ବିଷୟ ଆଜିକି ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ଵ ହେବ ମରାମତି ନହେବାରୁ ଏହି ରାସ୍ତା ପାଲଟିଛି ମରଣଯନ୍ତା। କିଶନ ନଗରରେ ତହସିଲ ଅଫିସ, କଲେଜ,ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ବ୍ୟାଙ୍କ୍ ଓ ଥାନା କୁ ଜନ ସାଧାରଣ ଯିବା ଆସିବା କରିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତା ରେ ଖାଲ ଖମା ହୋଇଥିବାରୁ ଛୋଟ ବଡ଼ ଦୁର୍ଘଟଣା ଘଟିବା ନିତିଦିନର କଥା ହୋଇଗଲାଣି। ବର୍ଷା ଦିନେ ଏହି ରାସ୍ତାରେ ଯିବା ଅସମ୍ଭବ ହୋଇ ପଡ଼ୁଛି। ଏଠାରେ ଇରିଗେସନ୍ ସବ ଡିଭିଜନ କାର୍ୟ୍ୟାଳୟ ଥିଲେବି କାର୍ୟ୍ୟାଳୟରେ ଏସଡିଓ ଅନୁପସ୍ଥିତ ରହୁଥିବା ଦୃଷ୍ଟିରୁ କନିଷ୍ଠ ଯନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗକୁ ହେୟ ଜ୍ଞାନ କରୁଥିବାର ଅଭିଯୋଗ ହେଉଛି।
ପ୍ରଶାସନ ର ଖାମ୍ ଖିଲାଲି ନୀତି ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ରାସ୍ତା କୁ ମରାମତି କରାଯିବା କୁ ଦାବି ହେଉଛି । ଓଡ଼ିଶା ସମାଚାର