ଗରଦପୁର, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାରୀସ୍ଥିତ ପର୍ଯ୍ୟଟନ କ୍ଷେତ୍ର ଅନ୍ଧବର ପୀଠରେ ଗତ ୫ ଦିନ ଧରି ଚାଲିଥିବା ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଏହି ଉପଲକ୍ଷେ ପୀଠରେ ଚାଲୁଥିବା ବିଶ୍ୱଶାନ୍ତି ମହାଯଜ୍ଞ ର ଗତକାଲି ପୂର୍ଣ୍ଣହୂତି ସମ୍ପନ୍ନ ହୋଇଥିଲା । ବ୍ରାହ୍ମଣ ପଣ୍ଡିତମାନେ ଗୋ ପୂଜା, ସୂର୍ଯ୍ୟପୂଜା,ଗ୍ରହ ପୂଜା, ମାତୃପୂଜା, ଘୃତାହୂତି ସହିତ କରୋନା ମହାମାରୀ ସାରା ବିଶ୍ୱରୁ ହଟିଯାଉ କାମନା କରି ମନ୍ତ୍ର ଉଚାରଣ କରାଯାଇ ବ୍ରାହ୍ମଣ ମପଣ୍ଡିତମାନେ ଅଗ୍ନୀରେ ଘୃତାହୂତିି ଦେଇଥିଲେ । ପୀଠରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର , ବାସୁଦେବ ମନ୍ଦିର, ଶୈବାଳୟ ଓ ସର୍ବୋପରି ମହାପୁରୁଷ ଅନ୍ଧବର ବିଗ୍ରହ ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । କୋଭିଡ଼ ନୀୟମ ପାଳନ କରାଯାଇ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଅପେରା ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ଏହି କାର୍ଯ୍ୟକ୍ରମର ବିିଭିନ୍ନ ଦିବସରେ ଅତିଥି ରୂପେ ସମାଜସେବୀ ମହେନ୍ଦ୍ର ଦାସ, ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା ଯୋଗ ଦେଇଥିଲେ । ଅନ୍ଧବର ସାଂସ୍କୃତିକ ପରିଷଦର ସଭାପତି ତଥା ପ୍ରାଧ୍ୟାପକ ଅଜୟ କୁମାର ରାଉତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସମ୍ପାଦକ ଗୌରାଙ୍ଗ ଚରଣ ପରିଜା , ସହ ସମ୍ପାଦକ ଗୋଲକ ଚନ୍ଦ୍ର ସ୍ୱାଇଁ, ଗୟାଧର ପ୍ରଧାନ, ସୁବାସ ପରିଜା,ପ୍ରହଲାଦ ସାହୁ, ସୁରେନ୍ଦ୍ରନାଥ ଜେନା,ସନ୍ତୋଷ ସାମଲ,ଅନୁଜ ପ୍ରଧାନ, ରମେଶ ବେହେରା, କାଳନ୍ଦି ଜେନା , ଅଜୟ ପାଣି ପ୍ରମୁଖ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର