Wednesday , March 29 2023
Home / ତାଜା ଖବର / ଅଟୋକୁ ଧକା ଦେଲା ବସ୍ – ଜଣେ ମୃତ, ୩ ଜଣ ଗୁରୁତର ଆହତ

ଅଟୋକୁ ଧକା ଦେଲା ବସ୍ – ଜଣେ ମୃତ, ୩ ଜଣ ଗୁରୁତର ଆହତ

କଟକ, ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ନିକଟରେ ଏକ ଅଟୋକୁ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ଜଣେ ମୃତ, ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ରବିବାର ସକାଳେ ଜଗତସିଂହପୁର ରୁ କଟକ ଯାଉଥିବା ଏକ ଯାତ୍ରିବାହୀ ବସ୍ ଗତିରାଉତପାଟଣା ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅଟୋରେ ବସିଥିବା ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ୩ ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ମୃତକ ଙ୍କ ପରିଚୟ ମିଳିପାରିନାହିଁ । ଏହି ଦୂର୍ଘଟଣାପରେ ସେଠାରେ ଉତେଜନା ପ୍ରକାଶ ପାଇଥିଲା ଓ ସ୍ଥାନୀୟ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ପୁଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.