ପାରାଦ୍ୱୀପ ୨୭/୦୨/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆହ୍ୱାନ କମ୍ବାଇନ୍ସ’ ଦ୍ୱାରା ଏକ “ସଡକ ସୁରକ୍ଷା ଜୀବନ ରକ୍ଷା” ସଚେତନତା କାର୍ଯ୍ୟକ୍ରମ ଶନିବାର ଦିନ ବନ୍ଦର ସହର ପାରାଦ୍ୱୀପ ଆଦର୍ଶ ଥାନା ସମ୍ମୁଖ ଛକ ଠାରେ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ର ଦୁଃଖିରାମ ସ୍ୱାଇଁ କଳା ପ୍ରତିଷ୍ଠାନର କଳାକାର ମାନେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଚିତାକର୍ଷକ ଅଭିନୟ କରି ସାଧାରଣରେ ସଡକ ସୁରକ୍ଷା ଉପରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଓସିଏଲ୍ ପାଇପ୍ ଲାଇନ୍ ଡିଭିଜନର ଡିଜିଏମ୍ ଦେବବ୍ରତ ମହାନ୍ତି ମୁଖ୍ୟ ଅତିଥି, ପାରାଦ୍ୱୀପ ଆଦର୍ଶର୍ ଥାନା ଅଧିକାରୀ ରଜନୀକାନ୍ତ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିôବା ବେଳେ ସାମ୍ବାଦିକ ସ୍ୱାଧୀନଚେତା ଦାସ ମହାପାତ୍ର ଓ ପାଇପ୍ ଲାଇନ୍ ମାନବସମ୍ବଳ ସହକାରୀ ପ୍ରବନ୍ଧକ ରଞ୍ଜନ କୁମାର ସାହୁ ଅତିଥିଭାବେ ଯୋଗ ଦେଇଥିଲେ । ନିଜ ବକ୍ତବ୍ୟରେ ଥାନା ଅଧିକାରୀ ହେଲେମେଟ୍ ପରିଧାନ, ଗାଡିଚାଳନା ବେଳେ ମୋବାଇଲ ବ୍ୟବହାର ନ କରିବା ଓ ମଦ୍ୟପାନ କରି ଗାଡି ନ ଚଲାଇବା ଉପରେ ଗୁରୁତ୍ୱ ଦେଇଥିବାବେଳେ ଅନ୍ୟ ଅତିଥିମାନେ ସଡକ ସୁରକ୍ଷା ନିତିନିୟମ ମାନି ଚଳିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆହ୍ୱାନ କମ୍ବାଇନ୍ସର ସଭାପତି ସାଗର କୁମାର ବିଶ୍ୱାଳ, ସମ୍ପାଦକ ପ୍ରଭାଶ ଚନ୍ଦ୍ର ସ୍ୱାଇଁ, ପ୍ରମୋଦ ଦାସ, ସୁମନ୍ତ ଦାସ, ନିର୍ଝର କୁମାର ଜେନା, ତି୍ରଭୁବନ ପ୍ରଧାନ ପରି•ଳନା କରିଥିବାବେଳେ ଏଥିରେ ସମସ୍ତ ସଭ୍ୟମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର