ଭୁବନେଶ୍ୱର ୨୭/୦୨/୨୦୨୧(ଓଡ଼ିଶା ସମାଚାର)-ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ( ଭିସୁଟ) ର ୨୫ ଜଣ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬ ଜଣ ଏଠାରେ ସଙ୍ଗରୋଧ ରେ ଅଛନ୍ତି । ସେମାନେ ଚିକିତ୍ସାଧିନ ଥବାବେଳେ ଅବଶିଷ୍ଟ ୯ ଜଣ ଘରକୁ ପଳାଇଛନ୍ତି । ଏହିପରି ସ୍ଥିତି ଜଣାପଡ଼ିବା ପରେ ୧ମ ବର୍ଷ ଛାତ୍ର ଛାତ୍ରୀମାନେ ନଆସିବା ପାଇଁ କୂଳପତି ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର