Monday , March 20 2023
Breaking News
Home / ବିଶେଷ / ଭାରତ ବନ୍ଦ ପ୍ରଭାବ ଶୁନ୍ୟ

ଭାରତ ବନ୍ଦ ପ୍ରଭାବ ଶୁନ୍ୟ

କେନ୍ଦ୍ରାପଡା,୨୭/୦୨/୨୦୨୧(ଓଡ଼ିଶା ସମାଚାର)- ସାମଗ୍ରୀ ଓ ସେବା ଟିକସ (ଜି.ଏସ.ଟି.)ର ବିଭିନ୍ନ ବ୍ୟବସ୍ଥା ଓ ବିଭାଗ ଅଧିକାରୀଙ୍କ  ଏକଚାଟିଆ ମନୋଭାବ ବିରୁଦ୍ଧରେ ଭାରତୀୟ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ କେନ୍ଦ୍ରାପଡା ସହର ଓ ଆଖପାଖ ଅଂଚଳରେ ପ୍ରଭାବ ଶୁନ୍ୟ ଥିବା ଦେଖାଯାଇଛି । କାଁ ଭାଁ କେତେକ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଛାଡିଦେଲେ ଅନ୍ୟାନ୍ୟ ଦୋକାନ, ସରକାରୀ କାର୍ଯ୍ୟାଳୟ ଓ ରାସ୍ତାରେ ଗାଡି ଚଳାଚଳ ହେଉଥିବା ଦେଖିବାକୁ ମିଳିଥିଲା । ପୁରୁଣା ବସଷ୍ଟାଣ୍ଡରେ ଥିବା କେତେକ ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନେ ବୁଲି ବୁଲି ଦୋକାନବଜାର ବନ୍ଦ କରିବାକୁ ପ୍ରବର୍ତାଉଥିଲେବି ସେଠାରେ ଅନେକ ଦୋକାନ ଖୋଲା ରହିଥିବା ଦେଖାଯାଇଥିଲା । ସହରର ତିନିମୁହାଣି ଛକ ଠାରୁ ଆରମ୍ଭ କରି କେଶପୁର ବଜାର, ସାନ୍ତସାହି, ଇଛାପୁର ପ୍ରଭୃତି ଅଂଚଳରେ ଅଳ୍ପ କେତେକ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅନ୍ୟ ଗୁଡିକ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସହରତଳି ଅଂଚଳରେ ସମସ୍ତ ଦୋକାନ ବଜାର ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.