Saturday , June 3 2023
Breaking News
Home / ବିଶେଷ / ବିଶିଷ୍ଠ ଜନନାୟକ ସାମ୍ବାଦିକ ତଥା ପଦ୍ମଭୁଷଣ ଡଃ. ରାଧାନାଥ ରଥଙ୍କୁ ଶ୍ରଦ୍ଧାଞ୍ଜଳି

ବିଶିଷ୍ଠ ଜନନାୟକ ସାମ୍ବାଦିକ ତଥା ପଦ୍ମଭୁଷଣ ଡଃ. ରାଧାନାଥ ରଥଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୨୭/୦୨/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ବିଶିଷ୍ଠ ଜନନାୟକ, ପ୍ରଖ୍ୟାତ ସାମ୍ବାଦିକ ତଥା ପଦ୍ମଭୁଷଣ ଡଃ. ରାଧାନାଥ ରଥଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ତଥା ସମାଜସେବୀ ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ଓକିଲ ସଙ୍ଘର ସଭାପତି ସରୋଜରାଜ ସିଂ, ବରିଷ୍ଠ ଆଇନଜୀବି ଉମେଶ ଚନ୍ଦ୍ର ସିଂହ, ସମ୍ବାଦ ସାହିତ୍ୟ ଘରର ସଭାନେତ୍ରୀ ଅବନ୍ତୀ ବେହେରା ଓ ବିଜେପିର ନଗର ସଭାପତି ଦିଲ୍ଲିପ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ରଥଙ୍କୁ ସାମୁହିକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । “ସମାଜ” ଖବରକାଗଜ ମାଧ୍ୟମରେ ସମାଜକୁ ଦିଗଦର୍ଶନ ଦେଉଥିବା ଡଃ. ରଥ ସର୍ବଦା ଗରୀବ, ଦୀନଦରିଦ୍ରଙ୍କ ପାଇଁ କଲମ ଚାଳନା କରୁଥିଲେ । ନିର୍ଭିକ ଓ ନିରପେକ୍ଷ ଭାବେ ସମାଜରେ ଖବର ପ୍ରକାଶ କରିବାରେ ସେ ଥିଲେ ସମାଜର ଅନ୍ୟତମ ବର୍ଷିୟାନ ସମ୍ପାଦକ । ଗୋପବନ୍ଧୁ ଦାଶଙ୍କ ଆଦର୍ଶରେ ଅନୁପ୍ରାଣିତ ସ୍ୱର୍ଗତ ଡଃ. ରଥ ପ୍ରକୃତରେ ଥିଲେ ଜଣେ ଯୋଗଜନ୍ମା ପୁରୁଷ । ସମାଜରେ ପ୍ରକାଶିତ ତାଙ୍କର ଅନେକ ଆଲେଖ୍ୟ ସମାଜକୁ ପରିବର୍ନର ସ୍ୱର ଦେଉଥିବା ସହ ଯୁବପିଢୀଙ୍କୁ ଅନୁପ୍ରାଣିତ କରୁଥିଲା । ଦୁଃଖୀ ଦରିଦ୍ରଙ୍କ ବନ୍ଧୁ ଡଃ. ରଥ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପିଡିତଙ୍କ ପାଖରେ ପହଁଚି ସହାୟତାର ହାତ ବଢାଉଥିଲେ ବୋଲି ବକ୍ତାମାନେ ଏହି ଅବସରରେ ମତବ୍ୟକ୍ତ କରି ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ମୁକ୍ତାର ଖାଁ, ରଣଧୀର ଜେନା, ଆଶିଷ ସେନାପତି, ଚିତରଞ୍ଜନ ଦାସ, ସୋମନାଥ ସାହୁ, ପ୍ରଦୀପ ଜେନା, ଅମରବର ବିଶ୍ୱାଳ, ସନ୍ତୋଷ କର, ସୟଦ ଅକମଲ ଅଲ୍ଲୀ, ଗୋଲଖ ଚନ୍ଦ୍ର ସାହୁ, ନାରାୟଣ ସାହୁ, ସେକ ସୁଲତାନ, ସେକ ଆକ୍ରମ, ସେକ ସାମବାବୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରଥଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.